କନକ ବ୍ୟୁରୋ : ସ୍ଥାନୀୟ ଲୋକଙ୍କୁ ଖଣିରେ କାମ ଯୋଗାଇଦେବା ଦାବିରେ କେନ୍ଦୁଝର ସିଲିଯୋଡ଼ା ଲୌହ ଓ ମାଙ୍ଗାନିଜ୍ ଖଣି ଆଗରେ ଶ୍ରମିକଙ୍କ ଆନ୍ଦୋଳନ । ଏନେଇ ୩ଦିନ ହେଲା ଶ୍ରମିକ ମାନେ ଆନ୍ଦୋଳନ ଜାରି ରଖଛନ୍ତି । ସୁଚନା ଅନୁସାରେ ପୂର୍ବରୁ ଏହି ଖଣି ଲିଜ ନେଇଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଥିଲା ।
ହେଲେ ଏବେ ଲିଜ୍ ନେଇଥିବା କାସିଭ ଇଂଟରନ୍ୟାସନାଲ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ଗତ କିଛି ମାସ ହେଲା ସ୍ଥାନୀୟ ଲୋକ କାମଧନ୍ଦା ନପାଇ ହଇରାଣ ହେଉଛନ୍ତି । ଏନେଇ ସେମାନେ ପୋଲିସ ପ୍ରଶାସନକୁ ଅବଗତ କରି ହତାସ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/27-16.jpg)