କନକ ବ୍ୟୁରୋ : ବିଦ୍ୟୁତ୍ କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଜୋତା ପଲିସ କଲେ କର୍ମଚାରୀ । ଆନ୍ଦୋଳନକୁ ୭୨ ଦିନ ବିତି ଯାଇଥିଲେ ମଧ୍ୟ ଟାଟା ପାୱାର ଅବା ରାଜ୍ୟ ସରକାର କେହି ଶୁଣୁନାହାଁନ୍ତି କଥା । ଶେଷରେ ସରକାର ଏବଂ ଟାଟା ପାୱାର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ଅଭିନବ ଉପାୟ ଆପଣାଇଛନ୍ତି କର୍ମଚାରୀ । ଅଫିସକୁ ଆସୁଥିବା ସବୁ ବ୍ୟକ୍ତିଙ୍କ ଜୋତା ପଲିସ କରୁଛନ୍ତିି କର୍ମଚାରୀ । ମୋଚି ବେଶରେ ଗେଟ୍ ପାଖରେ ଏଭଳି ପ୍ରତିବାଦ ଜଣାଇଛନ୍ତି ଟାଟା ପାୱାର କର୍ମଚାରୀ ।
ବିଦ୍ୟୁତ୍ କର୍ମଚାରୀଙ୍କ ଅଭିନବ ପ୍ରତିବାଦ : ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଜୋତା ପଲିସ କଲେ କର୍ମଚାରୀ
/kanak/media/post_attachments/wp-content/uploads/2021/10/vlcsnap-2021-10-01-13h59m37s539.png)