BCCIକୁ ସଫେଇ କର୍ମଚାରୀଙ୍କ ଅନୁରୋଧ : କହିଲେ, ପ୍ଲାଷ୍ଟିକ ବଦଳରେ ପରିବେଶ ଅନୁକୂଳ ଆୱାର୍ଡ ଦିଅ । ଜାଣନ୍ତୁ ଏହି ଫଟୋ ପଛର କାହାଣୀ

ଟି-୨୦ରେ ବି ଭାରତ ୱେଷ୍ଟ ଇଣ୍ଡିଜ ଠାରୁ ସିରିଜ୍ ଜିତିଛନ୍ତି । କିନ୍ତୁ ଏହି ଫଟୋ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

140

ଯଦି ଆପଣ କ୍ରିକେଟ୍ କିମ୍ବା ଅନ୍ୟ କୌଣସି ଖେଳ ଦେଖନ୍ତି । ତେବେ ଜଣାଥିବ ଯେ, ଭଲ ଖେଳୁଥିବା ଖେଳାଳୀଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଆୱାର୍ଡ ଦିଆଯାଏ । ତାଙ୍କୁ ଏକ ବଡ ଚେକ୍ ଦିଆଯାଏ । ଯାହା ସହିତ ସେମାନେ ଫଟୋ କ୍ଳିକ୍ କରନ୍ତି । ଆମକୁ ଏହା ବି ଜଣା ଅଛି ଯେ, ଖେଳାଳୀ ସେହି ବଡ ଚେକ୍ ଧରି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଆନ୍ତିନି । ତାହା ଏକ ଚେକ୍ ର ରେପ୍ଲିକା ହୋଇଥାଏ । ତେବେ ଶେଷକୁ ସେହି ବଡ ଚେକ୍ କୁଆଡେ ଯାଏ ? ବୋଧହୁଏ ଅଳିଆ ଗଦାକୁ… କେରଳର ତିରୁବନ୍ତପୁରମର ଏନଜିଓ ପ୍ରକୃଥି ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ତାହାକୁ ଦେଖି ଏହା ହିଁ ଲାଗେ ।

ରିପୋର୍ଟ ମୁତାବକ, ଯେଉଁ ବ୍ୟକ୍ତି ଏହି ଚେକ୍ କୁ ହାତରେ ଧରିଛନ୍ତି, ସେ ତିରୁବନ୍ତପୁରମ୍ କର୍ପୋରେସନର ସାନିଟାରୀ ୱାର୍କର ଜୟନ । ମ୍ୟାଚ୍ ପରେ ଯେବେ ସେ ସଫେଇ କରିବା ପାଇଁ ଷ୍ଟାଡିୟମ ପହଂଚିଲେ, ତେବେ ତାଙ୍କୁ ଅଳିଆରେ ଏହି ଆୱାର୍ଡ ମିଳିଲା । ଏହି ପ୍ଲାଷ୍ଟିକ୍ ଚେକ୍ ଖେଳାଳୀଙ୍କୁ ଦିଆଯାଇଥାଏ ଓ ବ୍ରାଡିଙ୍ଗ ପାଇଁ ଏହା ସହିତ ଫଟୋ ବି କ୍ଲିକ୍ କରାଯାଏ । ଯାହାପରେ ଏହାର ଏମିତି ଅବସ୍ଥା ହୋଇଥାଏ । ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ୩ ଟେଷ୍ଟ ଓ ୫ ୱାନ ଡେ ମ୍ୟାଚ୍ ର ସିରିଜ୍ ଖେଳାଯାଇଥିଲ । । ଟି-୨୦ରେ ବି ଭାରତ ୱେଷ୍ଟ ଇଣ୍ଡିଜ ଠାରୁ ସିରିଜ୍ ଜିତିଛନ୍ତି । କିନ୍ତୁ ଏହି ଫଟୋ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଏନଜିଓ ବିସିସିଆଇକୁ ଅନୁରୋଧ କରିଛି କି ପ୍ଲାଷ୍ଟିକ ଚେକ୍ ବଦଳରେ ପରିବେଶ ଅନୁକୂଳ ଆୱାର୍ଡ ଦିଆଯାଉ ।