ରାଜ୍ୟ କଂଗ୍ରେସ ସଭାପତି ହେଲେ ଶରତ ପଟ୍ଟନାୟକ । କହିଲେ, ସୋନିିଆ ଓ ରାହୁଲ ଗାନ୍ଧୀଙ୍କ ପାଖରେ କୃତଜ୍ଞ । ଗାଁଠୁ ସହର କଂଗ୍ରେସକୁ ସୁଦୃଢ କରିବାକୁ କରାଯିବ କାମ ।

224

କନକ ବ୍ୟୁରୋ: ‘ଗାଁଠୁ ସହର କଂଗ୍ରେସ ହେବ ସୁଦୃଢ’ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମୁଖିଆ । ଶରତ ପଟ୍ଟନାୟକ ହୋଇଛନ୍ତି ନୂଆ ପିସିସି ସଭାପତି । ତେବେ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଦଳର ହାଇକମାଣ୍ଡ ଗ୍ରହଣ କରିବା ସହିତ ଶରତ ପଟ୍ଟନାୟକଙ୍କୁ ନୂଆ ପିସିସି ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଆଉ ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଶରତ ପଟ୍ଟନାୟକ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ପାଖରେ କୃତଜ୍ଞ ବୋଲି କହିଛନ୍ତି ।

ଅନ୍ୟପଟେ ଆଗାମୀ ଦିନରେ କଂଗ୍ରେସ ଗାଁଠୁ ସହର ସବୁଠି ପହଞ୍ଚିବ । ଦଳର ସଙ୍ଗଠନକୁ ମଝଭୁତ୍ କରାଯିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର କାମରେ ଲାଗିଛନ୍ତି । ସେଠାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରୁଛନ୍ତି । ବ୍ରଜରାଜନଗରରେ ନିର୍ବାଚନ କାମ ସରିବା ପରେ ସେ ଦଳର ସଙ୍ଗଠନକୁ ଆହୁରି ଅଧିକ ସୁଦୃଢ କରିବାକୁ ଯୋଜନା ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।

ଦଳର ସମସ୍ତ କର୍ମୀ, ନେତା, ବିଧାୟକ ଓ ସାଂସଦଙ୍କୁ ନେଇ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ କାମ କରିବ । ସବୁ ନେତାଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ନୂଆ ପିସିସି ସଭାପତି କାମ କରିବେ । ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପ୍ରଥମ କାମ ହେବ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।