କେନ୍ଦ୍ରର ଅନୁମତି ପରେ ଆଜଠୁି ରଥ ନିର୍ମାଣ ଆରମ୍ଭ: ଜିଲ୍ଲାପାଳ, ୩ ରଥର ବିଶ୍ୱକର୍ମା ସେବାୟତ, ପରିଚାଳନା କମିଟି ସଦସ୍ୟଙ୍କ ବୈଠକ ପରେ ନିଷ୍ପତି; ସଂପୂର୍ଣ୍ଣ କଟକଣାରେ ନିର୍ମାଣ ହେବ ରଥ

କରୋନା ସ୍ଥିତି ଦେଖି ରଥଯାତ୍ରା ହେବ ନା ନାହିଁ, ନିଷ୍ପତି ନେବେ ଓଡିଶା ସରକାର

204

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ରଥ ନିର୍ମାଣ । ରଥ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏହି ନିଷ୍ପତି ନିଆଯାଇଛି । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିନି ରଥର ବିଶ୍ୱକର୍ମା ସେବାୟତ, ପରିଚାଳନା କମିଟି ସଦସ୍ୟଙ୍କ ବୈଠକ ପରେ ରଥ ନିର୍ମାଣ ନିଷ୍ପତି ନିଆଯାଇଛି । ରଥ ନିର୍ମାଣ ନେଇ କେନ୍ଦ୍ର ସରକାର ଦୁଇଟି ସର୍ତ ରଖିଛନ୍ତି । ରଥ ନିର୍ମାଣ ବେଳେ ଧାର୍ମିକ ସମାବେଶ ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ତାଲାବନ୍ଦ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଏହାଛଡା ସେତେବେଳର ପରିସ୍ଥିତି ଅନୁଯାୟୀ ରଥଯାତ୍ରା ନେଇ ରାଜ୍ୟ ସରକାର ନିଷ୍ପତି ନେଇପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ଗତ ମେ’ ୪ ତାରିଖରେ ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏହା ପରେ ରଥ ନିର୍ମାଣ ନେଇ କି କେନ୍ଦ୍ର ସରକାରଙ୍କ କି ଆଭିମୁଖ୍ୟ ରହିଛି, ସ୍ପଷ୍ଟ କରିବା ପାଇଁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ରଥଖଳାରେ ରଥନିର୍ମାଣ କରିବାକୁ ଅନୂୁମତି ଦିଆଯାଇଛି । ତେବେ ସାମାଜିକ ଦୂରତା ଠାରୁ ଆରମ୍ଭ କରି ମେ’ ୧ ତାରିଖରେ କେନ୍ଦ୍ର ସରକାରଙ୍କ ଲକ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଧାର୍ମିକ ସମାବେଶ ନ କରିବା ପାଇଁ କୁହାଯାଇଛି ।