ଏଣିକି ଅଧିକ କାମ ପାଇଁ ମିଳିବ ଅଧିକ ଦରମା ! ନିର୍ଦ୍ଧାରିତ ସମୟଠୁ ଏବେ ଗୋଟିଏ ମିନିଟ୍ ଅଧିକ ସମୟ ଖଟିଲେ ଓଭରଟାଇମ୍ ହିସାବରେ କର୍ମଚାରୀଙ୍କୁ ମିଳିବ ଟଙ୍କା

ଆଠ ଘଂଟା ଜାଗାରେ ୧୨ ଘଂଟା ହେବ କାମ କରିବାର ସମୟ...ପ୍ରତି ୫ଘଂଟାରେ କର୍ମଚାରୀଙ୍କୁ ଅଧା ଘଂଟା ଇଂଟରଭାଲ୍ ବ୍ରେକ୍ ଦେବାକୁ କଂପାନୀ ବାଧ୍ୟ

7,324

କନକ ବ୍ୟୁରୋ:  ଏଣିକି ଅଧିକ କାମକୁ ଅଧିକ ଦରମା ।  ଆସନ୍ତା ବର୍ଷରୁ କର୍ମଚାରୀଙ୍କ ଗ୍ରାଚ୍ୟୁଟି ଏବଂ ପିଏଫରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହ୍ୟବ୍ୟତୀତ ଓଭରଟାଇମ କାମ କରୁଥିବା କର୍ମଚାରୀମାନଙ୍କୁ ବି ଦରମା ପ୍ରଦାନ କରାଯିବ । ତେବେ ଏହି ନିୟମ ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । ଆସନ୍ତା ଏପ୍ରିଲ ମାସରୁ ନୂଆ କମ୍ପନସେସନ ନିୟମ ଲାଗୁ କରିବାକୁ ଯୋଜନା  କରୁଛନ୍ତି କେନ୍ଦ୍ର ସରକାର ।  ଯାହାଦ୍ୱାରା କଂପାନୀମାନଙ୍କ ବାଲାନ୍ସସିଟରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ ।

ତେବେ ଗତବର୍ଷ ସଂସଦରେ ପାରିତ ହୋଇଥିବା ୱେଜ୍ କୋଡର ଏହା ଏକ ଅଂଶ । କାମ ସମୟରେ ଅତିରିକ୍ତ ସମୟ ଦେଉଥିବା କର୍ମଚାରୀ ଏହି କୋଡ ଅଫ୍ ୱେଜ୍ ୨୦୧୯ ଲାଗୁ ହେବା ପରେ ଓଭରଟାଇମ ନେବାକୁ ବି ଯୋଗ୍ୟ ବିବେଚିତ ହେବ । ତେବେ ଏହି କୋଡରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ସାମିଲ କରାଯିବ । ଅନ୍ୟପଟେ, ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କୋଡରେ କୁହାଯାଇଛି କି ଓଭରଟାଇମ ପାଇଁ ଅନୁକଂପା କର୍ମଚାରୀଙ୍କ ନିୟମିତ ଦରମାରୁ ଅତି କମରେ ଦୁଇଗୁଣା ହେବା ଦରକାର ।

ପେ-ଷ୍ଟ୍ରକଚରରେ ହେବ ପରିବର୍ତ୍ତନ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ନିୟମ ପ୍ରଣୟନ ହେବା ପରେ କଂପାନୀର ଅଧିକାଂଶ  ପେ-ଷ୍ଟ୍ରକଟରରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଉଭୟ କର୍ମଚାରୀ ଏବଂ କଂପାନୀର ପିଏଫ ଅବଦାନରେ ବୃଦ୍ଧି ଘଟିବ ।  ତେବେ ଏହି ପ୍ରୋଭିଜନାଲ୍ ଫଣ୍ଡ କନଟ୍ରିବ୍ୟୁସନ ବୃଦ୍ଧି ପାଇବା ଦ୍ୱାରା ଅନେକ କାର୍ଯ୍ୟନିର୍ବାହୀମାନଙ୍କ ଦରମା ହ୍ରାସ ପାଇପାରେ । ସେହିଭଳି ଚାକିରିରୁ ଅବସର ନେବା ପରେ ଗ୍ରାଚ୍ୟୁଇଟିର ପରିମାଣ ବୃଦ୍ଧି ପାଇବ । ତେବେ ଗ୍ରାଚ୍ୟୁଇଟିର ହିବାସ ମୌଳିକ ଦରମା ଉପରେ ଆଧାରିତ । ଏହାଛଡା ପିଏଫର ଅବଦାନ ବୃଦ୍ଧି ଏବଂ ଗ୍ରାଚ୍ୟୁଇଟିର ଅଧିକ ଦେୟ ହେତୁ କଂପାନୀମାନଙ୍କର ମୂଲ୍ୟ ବୃଦ୍ଧି ହୋଇପାରେ ।

୧୨ ଘଂଟା ହେବ କର୍ମଚାରୀଙ୍କ କାମ କରିବାର ସମୟ

ଲଗାତର ୫ଘଂଟାରୁ ଅଧିକ ସମୟ ଖଟାଇବା ମନା

ନୂଆ ଡ୍ରାଫ୍ଟ ଆଇନରେ କର୍ମକ୍ଷେତ୍ରରେ କର୍ମଚାରୀଙ୍କ କାମ କରିବାର ସମୟକୁ ୧୨ ଘଂଟା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଓଏସସିଏଚ କୋଡର ଡ୍ରାଫ୍ଟ ନିୟମରେ ୧୫ରୁ ୩୦ ମିନିଟ ମଧ୍ୟରେ ଅତିରିକ୍ତ କାମକୁ ବି ୩୦ ମିନିଟ୍ ହିସାବରେ ଓଭରଟାଇମରେ ସାମିଲ କରିବାକୁ ଉଲ୍ଲେଖ ରହିଛି । ବର୍ତ୍ତମାନ ୩୦ ମିନିଟରୁ କମ ସମୟକୁ ଓଭରଟାଇମ ବୋଲି ଗ୍ରହଣ କରାଯାଏ ନାହିଁ । ସେହିଭଳି ନୂତନ ଡ୍ରାଫ୍ଟ ନିୟମ ଅନୁସାରେ, କଂପାନୀ କୌଣସି ବି କର୍ମଚାରୀଙ୍କୁ ଲଗାତର ୫ ଘଂଟାରୁ ଅଧିକ ସମୟ ଖଟାଇପାରିବେ ନାହିଁ । ଏହାସହ ପ୍ରତି ୫ ଘଂଟାରେ କର୍ମଚାରୀଙ୍କୁ ଅଧା ଘଂଟା ପାଇଁ ବିଶ୍ରାମ ଅବକାଶ ତଥା ଇଂଟରଭାଲ୍ ବ୍ରେକ୍ ଦେବା ପାଇଁ କଂପାନୀମାନଙ୍କୁ ବାଧତାମୂଳକ ରୂପେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।