କନକ ବ୍ୟୁରୋ : ବଲାଙ୍ଗିରରେ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଜୋରସୋରରେ ଆଗେଇ ଚାଲିଛି କାମ । ଏଥିପାଇଁ ଡ୍ୟାମବେସ ପରିଧିପାଲି ଗାଁ ଲୋକଙ୍କୁ ବିସ୍ଥାପନ କରିବା କାମ ଆରମ୍ଭ ହୋଇଛି । ଘର ଛାଡି ଯାଇଛନ୍ତି ଲୋକେ । ଗାଁରେ ଥିବା ପ୍ରାୟ ୨୯୦ ପରିବାରକୁ ବିସ୍ଥାପନ କରିବ ପ୍ରଶାସନ ।
ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ଦଶଟି ଘର ଭଙ୍ଗାଯିବା ସହ ସୋମାନଙ୍କୁ ଥଇଥାନ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ପରଧିଆପାଲି ଗାଁ ଲୋକେ ବାରମ୍ବାର ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବା ସହ କାମ ବନ୍ଦ କରିଆସୁଥିଲେ । ଏହି ବିସ୍ଥାପନ ପରେ ପ୍ରକଳ୍ପ କାମ ଶୀଘ୍ର ସଂପୂର୍ଣ୍ଣ ହେବା ଆଶା କରାଯାଉଛି । ବିସ୍ଥାପନ ପରେ ଶୀଘ୍ର କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଲୋକେ । ସମାଧାନ ପାଇଁ ବି ପ୍ରତିଶ୍ରୃତି ଦେଇଛି ଜିଲ୍ଲା ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/vlcsnap-2021-06-30-09h50m33s524.png)