ଡେଲିଭରି ବୟଙ୍କୁ ନ୍ୟାୟ ଦେଲା ସୋସିଆଲ୍ ମିଡିଆ ! ନିଜକୁ ବଞ୍ଚାଇବାକୁ ଯାଇ ସଫେଇ ଦେଲା ବିଗ୍ ବାସ୍କେଟ କମ୍ପାନୀ । 

32

ଫେସବୁକ୍ ଲୋକଙ୍କ ପାଇଁ ଯେତିକି ଖରାପ ପ୍ରମାଣିତ ହୋଇଛି ସେତିକି ଭଲ ବି ପ୍ରମାଣିତ ହୋଇଛି। ପ୍ରାଇଭେଟ୍ କମ୍ପାନିମାନଙ୍କରେ କର୍ମଚାରୀମାନେ କେଉଁଭଳି ଭାବେ ନିଜ ଶରୀରକୁ କଷ୍ଟ ଦେଇ କମ୍ପାନି ପାଇଁ କାର୍ୟ୍ୟ କରିଥାନ୍ତି ପୋଷ୍ଟ୍ ହୋଇଥିବା ଏକ ଡେଲିଭରି ବୟର ଫଟୋ ତାହାର ଏକ ଉଦାହରଣ ମାତ୍ର। ସୌରଭ ତ୍ରିବେଦୀ ନାମକ ଜଣେ ବ୍ୟକ୍ତି ଫେସବୁକରେ ‘ବିଗ୍ ବାସ୍କେଟ’ର ଡେଲିଭରି ବୟର ୨ଟି ଫଟୋ ଫେସବୁକରେ ପୋଷ୍ଟ କରି ଚିନ୍ତା ପ୍ରକଟ କରିଛନ୍ତି। କିଭଳି ନିଜ ବଳଠାରୁ ଅଧିକ ପରିମାଣର ଓଜନ ବୋହି ଯୁବକ ଜଣକ ତଳକୁ ବଙ୍କି ଯାଇଛନ୍ତି ତାହା ଫଟୋଟିରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ଡେଲିଭରି ବୟ ଜଣକଙ୍କ କହିବା ମୁତାବକ ସେ ଦିନକୁ ଯେତେଟି ଡେଲିଭରି ଗ୍ରାହକଙ୍କ ନିକଟରେ ପହଞ୍ଚାନ୍ତି ସେହି ହିସାବରେ ହିଁ ତାଙ୍କର ରୋଜଗାର ହୋଇଥାଏ।ଫେସବୁକରେ ପୋଷ୍ଟ୍ କରି ସୌରଭ ଲେଖିଛନ୍ତି, ‘କିଏ କ’ଣ ନିଜ କର୍ମଚାରୀଙ୍କୁ ଏପରି ଖଟାନ୍ତି। କେହି ପଶୁ ବି ଏତିକି କଷ୍ଟ ସହ୍ୟ କରିପାରିବ ନାହିଁ। ୫ ଦିନ ତଳେ ଏହି ଯୁବକ ଜଣକ ମୋ ଘରକୁ ଡେଲିଭରି ନେଇ ଆସିଥିଲେ। ସେ ଏକ ବାଇକରେ ଏହି ସବୁ ଜିନିଷ ନେଇ ଆସିଥିଲେ। ୪୩ ଡିଗ୍ରିର ତାପମାତ୍ରାରେ ଘରୁ ବାହାରେ ପାଦ ରଖିବା କଷ୍ଟ ହୋଇପଡୁଥିବା ବେଳେ ଏହି ଯୁବକ ନିଜ କାନ୍ଧରେ କେତେ ଜିନିଷ ଧରି ବୁଲିଛନ୍ତି ତାହା ନିଜେ ହିଁ ଦେଖି ନିଅନ୍ତୁ। ଡେଲିଭରି ବୟଙ୍କ କହିବା ମୁତାବକ ଖରା, ବର୍ଷା ଶୀତ ତାଙ୍କୁ ତାଙ୍କର ଦୈନିକ ଟାର୍ଗେଟ ପୂରା କରିବାକୁ ପଡ଼ିଥାଏ। ଦୟା କରି ଏହି ପୋଷ୍ଟକୁ ସେୟାର କରନ୍ତୁ। ଫଳରେ କର୍ମଚାରୀମାନଙ୍କ ପ୍ରତି ଅତ୍ୟାଚାରକୁ କିଛି ପରିମାଣରେ ରୋକାଯାଇପାରିବ।’

ଏହି ପୋଷ୍ଟକୁ ନେଇ ‘ବିଗ୍ ବାସ୍କେଟ’ କମ୍ପାନି ପକ୍ଷରୁ ବି ଫେସବୁକରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କମ୍ପାନି ଆକାଉଣ୍ଟରୁ ଉତ୍ତର ଆସିଛି ଯେ ‘ ଆପଣଙ୍କ କ୍ରୋଧ ଦେଖି ଆମେ ଯନ୍ତ୍ରଣା ଅନୁଭବ କଲୁ। ମାତ୍ର କମ୍ପାନି ପକ୍ଷରୁ ଜଣେ ଡେଲିଭରି ବୟ ଅତି ବେଶିରେ ୧୫ କିଲୋ ଓଜନର ସାମଗ୍ରୀ ନେବାର ନିୟମ ରହିଛି।’