କନକ ବ୍ୟୁରୋ : ନଦୀ ଉପରେ ସାତ ଖଣ୍ଡ ଗାଁକୁ ଗମନାଗମନ ମାଧ୍ୟମ ପାଲଟିଛି କାଠ ପୋଲ । ରାସ୍ତା ମଝିରେ ପଡୁଛି ନଦୀ । ଯାହାଫଳରେ ର୍ଗାଁର ଲୋକେ ବାଧ୍ୟ ହୋଇ କାଠ ଗଣ୍ଡି ପକାଇ ପୋଲ ତିଆରି କରି ନଦୀ ପାର ହେଉଛନ୍ତି । ଗଜପତି ଆର.ଉଦୟଗିରିରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । କାଠକୁ କାଠ ଯୋଡି ଗାଁର ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ବର୍ଷା ଦିନ ଆସିଲେ ବଡ ନାଳ ପାଲଟିଛି ବଡ ଦୁଃଖ । ଛୋଟରୁ ବଡ ସମସ୍ତେ ଏହି ନାଳ ପାର ହୋଇଯାଉଥିବା ବେଳ ଅଭିଯୋଗ ପରେ ବି ହୋଇପାରିନି ସମାଧାନ ।