କନକ ବ୍ୟୁରୋ : କ୍ରିକେଟ୍ ହେଉ କିମ୍ବା ଭଲିବଲ, ବାସ୍କେଟ୍ ବଲ ହେଉ ଅବା ଖୋ ଖୋ ସବୁ ଖେଳରେ ପ୍ରତିଯୋଗୀତା ଥାଏ । ପ୍ରତିଯୋଗୀତା ପାଇଁ ସବୁବେଳେ ଟ୍ରଫିର ଆବଶ୍ୟକତା ପଡ଼ିଥାଏ । ଆପଣମାନେ ବ୍ରୋଞ୍ଜ, ପିତଳ ଓ ପ୍ଲାଷ୍ଟିକରେ ତିଆରି ଟ୍ରଫି ଦେଖିଥିବେ । କିନ୍ତୁ କାଠରେ ଟ୍ରଫି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କଟକ ଜିଲ୍ଲା ସାନମୁଣ୍ଡଳୀ ଗାଁର ମନୋଜ କୁମାର ମହାରଣା । ସେ କାଠରେ ବିଭିନ୍ନ ଆକୃତିର ଟ୍ରଫି ତିଆରି କରି ସ୍ଥାନୀୟ ଅଂଚଳରେ ନାଁ କରିଛନ୍ତି । କରୋନା ସମୟରେ ଘରେ ବସିଥିବା ବେଳେ କିଛି ନୂଆ କରିବାର ଇଛା ତାଙ୍କୁ ଏହି ସଫଳତା ଦେଇଛି । ସେ କାଠରେ ବିଭିନ୍ନ ଉପକରଣ ତିଆରି କରୁଥିବା ବେଳେ ଖେଳରେ ବ୍ୟବହୃତ ହେଉଥିବା ଟ୍ରଫି ତିଆରି କରିଥିଲେ । ଏହି ଟ୍ରଫି ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ତାଙ୍କ ହାତ ତିଆରି ଟ୍ରଫିର ଚାହିଦା ବଢ଼ିବା ସହ ଦାମ୍ ମଧ୍ୟ ଲୋକଙ୍କୁ ପସନ୍ଦ ଆସିଥିଲା । ଏବେ ଟ୍ରଫି କିଣିବା ପାଇଁ ବିଭିନ୍ନ ସ୍ଥାନରୁ ତାଙ୍କୁ ଅର୍ଡ଼ର ଆସୁଛି । ଆଉ ଟ୍ରଫି ତିଆରି କରି କିଛି ରୋଜଗାର କରିବା ସହ ଏହି କାମରେ ସଫଳ ହୋଇଛନ୍ତି ମନୋଜ ।