ଜବତ ହେଲା ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ । ବୋଲେରୋ ବାଇକ୍ ଜବତ, ୨ ଗିରଫ ।

259

କନକ ବ୍ୟୁରୋ : ମାଲକାନଗିରି ବନ ବିଭାଗକୁ ମିଳିଛି ବଡ ସଫଳତା । ଚୋରା କାଠ କାରବାର କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା କାଠ ଚାଲାଣ କରୁଥିବା ଗାଡିକୁ ମଧ୍ୟ ଜବତ କରାଯାଇଛି । ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କୋରକୋଣ୍ଡା ଫରେଷ୍ଟର ରାଜେଶ କୁମାର ସେଠୀଙ୍କ ନେତୃତ୍ବରେ ଗତକାଲି ଏବଂ ଆଜି ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରାଯାଉଥିଲା । ତେବେ ଓଡି-୩୦ -୪୨୫୬ ବୋଲେରୋରେ ପ୍ରାୟ ୪୦ଟି ଟିକ ଏବଂ ବିଜା କାଠ ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗକୁ ଖବର ମିଳିବା ପରେ ଚଢାଉ କରାଯାଇ ବୋଲେରୋକୁ ଅଟକା ଯାଇଥିଲା ।

ପ୍ରାୟ ୧ ଲକ୍ଷ ୨୦ ହଜାର ଟଂକାର କାଠ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଏଥିସହ ଏକ ବାଇକକୁ ମଧ୍ୟ ଜବତ କରାଯାଇଥିବା କୁହାଯାଇଛି । କାଠ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ଏମଭି-୭ ଗ୍ରାମର କ୍ରିଷ୍ଣା ସମଦାର(୩୩), ଏବଂ ଏମଭି-୪୧ ଗ୍ରାମର ବିପୁଲ ଚକ୍ରବର୍ତ୍ତୀ(୩୭) । ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।