କନକ ବ୍ୟୁରୋ: ପ୍ରବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହେବ । ବିଧି ଅନୁସାରେ, ଶ୍ରୀନଅର ରଥଖଳାରେ ତିନୋଟି ଧଉରା କାଠକୁ ପୂର୍ବରୁ ଶାସ୍ତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜାର୍ଚ୍ଚନା କରିବେ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୂଙ୍କର ରଥ ନିର୍ମାଣ ପାଇଁ ଆଜ୍ଞାମାନ ଏକ ବିରାଟ ପଟୁଆରରେ ବିଜେ କରିବ ।

Advertisment

ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ତିନୋଟି ଆଜ୍ଞାମାଳକୁ ଧଉରା କାଠ ଉପରେ ରଖିବେ । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ । ସେହିପରି ଆଜିଠାରୁ ରଥଖଳା ମଧ୍ୟ ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇ ଉଠିବ ।