ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ‘ଉଡ ଫାୟାର’ର ଅଭିନବ ପ୍ରୟାସ । ଖାଦ୍ୟ ଅର୍ଡର କଲେ ଖାଦ୍ୟ ସହ ମିଳୁଛି ବିଭିନ୍ନ ଗଛ ମଞ୍ଜି ଭର୍ତ୍ତି ଥିବା ପେନ୍ ।

192

କନକ ବ୍ୟୁରୋ : ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ସୁରକ୍ଷା ବାବଦରେ ଅନେକ ଅନୁଷ୍ଠାନ ଓ ସଂସ୍ଥା ଲୋକଙ୍କୁ ସଚେତନ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ଉଡ ଫାୟାର ପକ୍ଷରୁ ଏକ ଭିନ୍ନ ପ୍ରୟାସ କରାଯାଇଛି । ଏକ ନିଆରା ଢଙ୍ଗରେ ବିଶ୍ୱ ପରିବେଶ ସପ୍ତାହ ଦିବସ ପାଳନ କରୁଛି ଉଡ ଫାୟାର । ଲୋକଙ୍କୁ ମନ ପସନ୍ଦର ବିରିୟାନୀ ଯୋଗାଉଥିବା ଉଡ ଫାୟାର ଏବେ ଖାଦ୍ୟ ଅର୍ଡର କଲେ ଖାଦ୍ୟ ସହ ଗ୍ରାହକଙ୍କୁ ଗଛର ମଞ୍ଜି ମଧ୍ୟ ଯୋଗାଇ ଦେଉଛି । ଆଉ ତାହା ବି ପୁଣି ସମ୍ପୂର୍ଣ୍ଣ ମାଗଣାରେ । ଆଉ ଏଭଳି ପ୍ରୟାସ ଦ୍ୱାରା ପରିବେଶ ସୁରକ୍ଷା ପାଇଁ ବି ସଂସ୍ଥା ଚେଷ୍ଟା କରୁଛି ବୋଲି କହିଛନ୍ତି ସଂସ୍ଥାର ମୁଖ୍ୟ ସନ୍ତୋଷ ଚୌଧୁରୀ ।

ସନ୍ତୋଷ କହିଛନ୍ତି ଯେ, ପୂର୍ବରୁ ଉଡ ଫାୟାରରୁ ଅର୍ଡର ଅନୁଯାୟୀ ଲୋକଙ୍କୁ କେବଳ ଖାଦ୍ୟ ମିଳୁଥିଲା । କିନ୍ତୁ ବିଶ୍ୱ ପରିବେଶ ସପ୍ତାହ ପାଇଁ ଏବେ ଖାଦ୍ୟ ଅର୍ଡର କଲେ ଅର୍ଡର ବକ୍ସରେ ଖାଦ୍ୟ ସହ ଏକ ପେନ୍ ମିଳିବ । ଯାହା ସମ୍ପୂର୍ଣ୍ଣ କାଗଜରେ ପ୍ରସ୍ତୁତ । ଆଉ ଏହି ପେନ୍ ଭିତରେ କିଛି ମଞ୍ଜି ରହିଥାଏ । ସଂସ୍ଥା ପକ୍ଷରୁ ଦିଆଯାଇଥିବା ବକ୍ସରେ ମଞ୍ଜି ପକାଇ ରଖିପାରିବେ । କିଛି ଦିନ ମଧ୍ୟରେ ମଞ୍ଜିଟି ଛୋଟ ଛୋଟ ଚାରାର ନେବ । ଯାହାକୁ ଆପଣ ବିଭିନ୍ନ ସ୍ଥାନରେ ଲଗାଇପାରିବେ । ଏହା ଦ୍ୱାରା ପରିବେଶ ସୁରକ୍ଷା ଦିଗରେ ଆପଣଙ୍କର ମଧ୍ୟ ଅବଦାନ ରହିବ । ଜୁନ୍ ୨ରୁ ୫ ପର୍ଯ୍ୟନ୍ତ ସଂସ୍ଥା ପକ୍ଷରୁ ଖାଦ୍ୟ ସହ ମଞ୍ଜି ଦିଆଯିବ । ଯଦି ଆପଣ ଉଡ୍ ଫାୟାରରୁ ଅର୍ଡର କରିବାକୁ ଚାହୁଁଥାନ୍ତି ତେବେ ୭୩୨୬୦୨୩୮୮୮ ନମ୍ବରରେ ଅର୍ଡର କରିପାରିବେ । ଏହାବାଦ୍ ଗ୍ରାହକ ମାନେ ଗଛର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରି ସଂସ୍ଥାକୁ ଟ୍ୟାଗ୍ କରିପାରିବେ ।