ସଂକଟରେ କାଠ ଖୋଦେଇ ଶିଳ୍ପୀ । କରୋନା କଟକଣା ଯୋଗୁଁ ବିକ୍ରି ହୋଇ ପାରୁନି କାଠ ତିଆରି ମୂର୍ତ୍ତୀ । ବିପନ୍ନରେ କାଠ କାରିଗରଙ୍କ ଜୀବିକା

43

କନକ ବ୍ୟୁରୋ : ସଙ୍କଟରେ ଭାରତ ବିଖ୍ୟାତ କଳାହାଣ୍ଡି ଜିଲ୍ଲା ଖଇରପଦର କାଠ ଖୋଦେଇ ଶିଳ୍ପୀ । ସମଗ୍ର ଭାରତ ବର୍ଷରେ ଖଇରପଦରର କାଠ ଖୋଦେଇ କାରୁକାର୍ଯ୍ୟ ବେଶ ପ୍ରଶଂସନୀୟ ହୋଇଥିବା ବେଳେ ମହାମାରୀ କରୋନା ଯୋଗୁଁ ଶିଳ୍ପିଙ୍କ ଜୀବନ ଜୀବିକା ସଂକଟରେ ପଡିଛି ।

ଏବେ ଅଭାବ ଅସୁବିଧାରେ ପଡଥିବା ଏହି କାଠ ଶିଳ୍ପୀ ସରକାରୀ ପ୍ରୋତ୍ସାହନ ନଦେଲେ ପେଟ ପାଇଁ ଅନ୍ୟକାମ କରିବେ ବୋଲି କହିଛନ୍ତି । ତେବେ ଏଭଳି ହେଲେ ଏହି କାରୁକାର୍ଯ୍ୟ ଲୋପ ପାଇଯିବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ କେବଳ ଏହି ଶିଳ୍ପ ନିହେଁ । ରାଜ୍ୟର ଅନେକ କାରୁକାର୍ଯ୍ୟ ଏବେ ସଙ୍କଟରେ ରହିଛି । କରୋନା ଯୋଗୁଁ ସବୁ ବନ୍ଦ ଥିବାରୁ ଏବେ ଏମାନଙ୍କ ଜୀବିକା ନଷ୍ଟ ହେବା ଉପରେ ରହିଛି । ଯଦି ଏହି କାମ ଛାଡି ଶିଳ୍ପୀମାନେ ଅନ୍ୟ କାମରେ ଯୋଗ ଦିଅନ୍ତି ତେବେ ଏଭଳି କାରୁକାର୍ଯ୍ୟ ଲୋପ ପାଇଯିବାର ଆଶଙ୍କା ରହିଛି ।