ଅନଲାଇନ୍ ରେ ବିକ୍ରି ହେଉଛି ଚୁଲି ପାଉଁଶ । ଦାମ୍ ଜାଣିଲେ ହୋଇଯିବେ ଚକିତ । ଜାଣନ୍ତୁ ପାଉଁଶକୁ ନେଇ କ’ଣ କରୁଛନ୍ତି ଇ-କମର୍ସ କମ୍ପାନୀ

2,387

କନକ ବ୍ୟୁରୋ : ଆପଣମାନେ ନିଶ୍ଚିନ୍ତ ଭାବେ ଚୁଲି ପାଉଁଶ ଓ କାଠରୁ ମିଳୁଥିବା ଅଙ୍ଗାର ବାବଦରେ ଜାଣିଥିବେ । କିଛିବର୍ଷ ପୂର୍ବରୁ ଗାଁ ର ଲୋକମାନେ ଏହାକୁ ବାସନ ମାଜିବା ଓ ଅଙ୍ଗାରକୁ ଦାନ୍ତ ସଫା କରିବା ଭଳି କାମରେ ଲଗାଇଥାନ୍ତି । ବାକି ବଳକାତକ କୌଣସି କାମରେ ଲାଗିବ ନାହିଁ ବୋଲି ଭାବି ଫିଙ୍ଗି ଦିଆଯାଇଥାଏ । ହେଲେ ବର୍ତମାନ ଡିଜିଟାଲ ଯୁଗରେ ପାଉଁଶର ବ୍ୟବହାର ଠାରୁ ମୂଲ୍ୟ ପର୍ଯ୍ୟନ୍ତ ସବୁକିଛିର ପରିବର୍ତ୍ତନ ହୋଇଛି ।

ଏବେ ଇ-କମର୍ସ କମ୍ପାନୀ ମାନେ ସୁନ୍ଦର ପ୍ୟାକିଂ କରି ଏହାକୁ ଅନଲାଇନରେ ‘ଡିସ୍ ୱାସିଂ ଓଡଆସ’ ନାମରେ ବିକ୍ରି କରୁଛନ୍ତି । ବିଭିନ୍ନ କମ୍ପାନୀ ମାନେ ଏହାକୁ ସୁନ୍ଦର ପ୍ୟାକିଂ କରି ବହୁମୂଲ୍ୟରେ ବିକ୍ରି କରୁଛନ୍ତି । ୨୦୫ ଗ୍ରାମ ପାଉଁଶ ପ୍ୟାକିଂର ଦାମ ରହିଛି ୩୯୯ ଟଙ୍କା । ହେଲେ କମ୍ପାନୀ ମାନେ ଏହା ଉପରେ ରିହାତି ଦେଉଛନ୍ତି । ରିହାତି ପରେ ୨୫୦ ଗ୍ରାମ ପାଉଁଶର ମୂଲ୍ୟ ରହିଛି ୧୬୦ ଟଙ୍କା। ଅର୍ଥାତ ଗୋଟିଏ କିଲୋଗ୍ରାମ ପାଉଁଶ କିଣିବାକୁ ହେଲେ ଆପଣଙ୍କୁ ୬୫୦ ଟଙ୍କା ଦେବାକୁ ପଡିବ ।

ଇ-କମର୍ସ ୱେବସାଇଟ ଅନୁଯାୟୀ ଏହି ପାଉଁଶକୁ ବାସନ ମାଜିବା ପାଇଁ ବ୍ୟବହାର କରିବା ସହ ଏହା ଗଛରେ ସାର ଆକାରରେ ପ୍ରୟୋଗ କଲେ ଭଲ ଫଳ ମିଳିବ ବୋଲି କୁହାଯାଇଛି । ଅନ୍ୟପଟେ ବୈଜ୍ଞାନିକ ମାନଙ୍କ ମତରେ ପାଉଁଶରେ ବାସନ ମାଜିଲେ ଏହା ଲାଭ ଦାୟକ । କାରଣ ଏଥିରେ କାର୍ବନ ରହିଛି ଯାହାକି ବାସନରୁ ମଇଳା ଓ ତେଲର ଦାଗ ଛଡାଇବା ସହଜ ହୋଇଥାଏ । ଏହାସହ ପାଉଁଶରେ ପୋଟାସିୟମ ଥିବାରୁ ଏହାକୁ ଶଷ୍ୟକ୍ଷେତରେ ବ୍ୟବହାର କଲେ ଜମି ଉର୍ବର ରହିବା ସହ ଅଧିକ ଫଳ ମଳିଥାଏ ।