କନକ ବ୍ୟୁରୋ : ଓଡ଼ିଶାର ସର୍ବବୃହତ ୱାଟର ପାର୍କ ୱାଣ୍ଡର ୱର୍ଲଡ଼ ୱାଟର ପାର୍କ ଏବଂ ରିସର୍ଟ, ମାଳତିପାଟପୁର, ପୁରୀ ଠାରେ ପାଞ୍ଚ ଦିନ ପାଇଁ ଦାଣ୍ଡିଆ ଅନୁଷ୍ଠିତ ହେବ । ୱାଣ୍ଡର ୱାର୍ଲଡ଼ ୱାଟର ପାର୍କର ଅଧ୍ୟକ୍ଷ ନାରାୟଣ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଅକ୍ଟୋବର ୨୦ ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୩ ଟା ରୁ ୬ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଗନ୍ତୁକଙ୍କ ନିମନ୍ତେ ଏକ ଅବିସ୍ମରଣୀୟ ଅନୁଭୂତି ଦେବ ।
ଏଥିରେ ଲାଇଭ୍ ଅଭିନେତା, ଡ଼ିଜେ, ଇଡ଼ିଏମ୍ ବିଟ୍, ସୁପ୍ରସିଦ୍ଧ ଗାୟକ ଏବଂ ସୁସ୍ୱାଦୁ ନବରାତ୍ର ସ୍ୱତନ୍ତ୍ର ଖାଦ୍ୟ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ସାଉଁଟିବା ପାଇଁ ନିଜ ସ୍ଥାନ ସୁରକ୍ଷିତ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଭିଆଇପି ଟିକେଟ୍ ୧୦୪୯ ଏବଂ ନିୟମିତ ଟିକେଟ୍ ୭୯୯ ମୂଲ୍ୟରେ ଉପଲବ୍ଧ ହେବ । ଏହି ଟିକେଟ୍ ଅନ୍ଲାଇନ୍ ରେ ମଧ୍ୟ ଉପଲବ୍ଧ ହେବ । ବୋଟିଂ ଏବଂ ଜୋର୍ବିଙ୍ଗ ଠାରୁ ଆରମ୍ଭ କରି ଆରାମଦାୟକ ମଦର କର୍ଣ୍ଣର ସହ, ସମସ୍ତ ୱାଟର ରାଇଡ୍ସ, ପ୍ରବେଶ ପାର୍କିଂ ପର୍ଯ୍ୟନ୍ତ ଭିଆଇପି ଟିକେଟଧାରୀମାନେ ପ୍ରକୃତ ପ୍ରିମିୟମ୍ ଅଭିଜ୍ଞତା ଉପଭୋଗ କରିବେ । ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସମ୍ପର୍କରେ ୱାଣ୍ଡର ୱାର୍ଲଡ଼ ୱାଟର ପାର୍କର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ପାତ୍ର ସୂଚନା ଦେଇ କହିଥିଲେ ଯେ ଏହା ଏକ ଅନନ୍ୟ ଇଭେଣ୍ଟ ଯେଉଁଥିରେ ଉଭୟ ଦାଣ୍ଡିଆର ଉତ୍ସବର ସ୍ପନ୍ଦନ ଏବଂ ୱାଟର ପାର୍କର ସତେଜ ରୋମାଞ୍ଚ ଉଭୟ ଦୁନିଆର ସର୍ବୋତ୍ତମ ଉପଲବ୍ଧ ପ୍ରଦାନ କରିବ ।
ପାର୍ବଣର ରୋମାଞ୍ଚ ସହ ଖାଦ୍ୟର ପସରା ଯଥା ଆଳୁ ଟିକି ଚାଟ୍, ଧୋକଲା, କଚୋଡ଼ି, ମୁଗଡ଼ାଲ୍, ହାଲୱା ଏବଂ ପନିର୍ ଉତ୍ଥପମ୍ ପରି ସ୍ୱତନ୍ତ୍ର ନବରାତ୍ରୀ ଆନନ୍ଦ ସହିତ ଉତ୍ସବରେ ବୁଡ଼ନ୍ତୁ, ଯାହା ଓଡ଼ିଶାରେ ଅଦୃଶ୍ୟ ଓ ଅନନ୍ୟ ଅନୁଭୂତି ସୃଷ୍ଟି କରିବ । ଉତ୍ସବର ଆନନ୍ଦ ଏବଂ ଆକ୍ୱାଆଡ଼୍ଭେେଞ୍ଚରସ୍ ମିଶ୍ରଣରେ ନିଜକୁ ବୁଡ଼ାଇବାର ସୁଯୋଗରୁ ବଞ୍ଚିତ ହୁଅନ୍ତୁ ନାହିଁ । ଅନଲାଇନରେ ନବରାତ୍ରୀ ଟିକେଟ୍ ସୁରକ୍ଷିତ କରନ୍ତୁ କିମ୍ବା ଏହାର ଅଂଶ ହେବା ପାଇଁ ୧୮୦୦୧୨୦୦୦୬୬ ଓ ୮୧୪୪୯୧୬୯୪୬ କୁ କଲ୍ କରନ୍ତୁ । ଓଡ଼ିଶାର ସବୁଠାରୁ ବଡ଼ ଦାଣ୍ଡିଆ ଇଭେଣ୍ଟ ର ରଙ୍ଗରେ କେବଳ ୱାଣ୍ଡର ୱାର୍ଲଡ଼ ୱାଟର ପାର୍କରେ ରଙ୍ଗିନ୍ ହୁଅନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ୱାଣ୍ଡର ୱାର୍ଲଡ଼ ୱାଟର ପାର୍କର ଉପସଭାପତି ବିଭୁତେନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ରାଧାରମଣ ନାୟକ, ପ୍ରଦ୍ୟୁମ୍ନ ମିଶ୍ର (ମୁଖ୍ୟ ସମ୍ପାଦକ, ଅମୃତ ନିୟୁଜ୍) ପ୍ରମୁଖ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/WhatsApp-Image-2023-10-08-at-9.03.28-AM.jpeg)