କନକ ବ୍ୟୁରୋ: କୁନି କଳାକାରଙ୍କ ବିସ୍ମୟକର ଚିତ୍ରାଙ୍କନ । ବୟସ ମାତ୍ର ୧୪, ତାଙ୍କ ହାତ ଅଙ୍କା ଛବି ଯିଏ ଦେଖିଲା ସିଏ ପ୍ରଶଂସା କରୁଛି । ବାଲେଶ୍ୱର ଜିଲ୍ଲା ଚମ୍ପେଶ୍ୱରର ଅଭିଲିପ୍ସାଙ୍କ କଳାକୃତି ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ମୋବାଇଲରେ ଫଟୋ ଦେଖି ମାତ୍ର କେଇ ମିନିଟରେ କାଗଜରେ ଅବିକଲ ଚିତ୍ର ଅଙ୍କନ କରିପାରନ୍ତି ଅଭିଲିପ୍ସା । ଚମକ୍ରାର ଚିତ୍ର ଅଙ୍କନ କରୁଥିବା ଅଭିଲିପ୍ସା କୌଣସି ତାଲିମ ନେଇ ନାହାନ୍ତି ।

Advertisment

ଯେ କୌଣସି ଫଟୋ ଚିତ୍ରକୁ ଆଖିରେ ଦେଖିବା ମାତ୍ରେ କାଗଜରେ ତୋଳି ଧରନ୍ତି ୧୪ ବର୍ଷର ଅଭିଲିପ୍ସା ସାହୁ । ଆଉ ଏମିତି ସୁନ୍ଦର ସୁନ୍ଦର ଚିତ୍ରାଙ୍କନ ପାଇଁ କୌଣସି ଶିକ୍ଷା ଅନୁଷ୍ଠାନ କି କୌଣସି ବ୍ୟକ୍ତିଗତ ଗୁରୁଙ୍କ ଠାରୁ ପ୍ରଶିକ୍ଷଣ ନେଇ ନାହାନ୍ତି ଏହି କୁନି ଝିଅ । ଆଲବମ୍ ହେଉ ବା ମୋବାଇଲ୍ ଯେଉଁଠୁ ବି ଫଟୋଟିଏ ଦେଖନ୍ତି ମାତ୍ର ଅଧଘଂଟାରେ ତାର ଅବିକଳ ନକଲ ଚିତ୍ର ଆଙ୍କିଥାନ୍ତି ଅଭିଲିପ୍ସା ।

କଟକ ଚମ୍ପେଶ୍ୱର ଗାଁର ବିଜୟ ସାହୁଙ୍କ ଝିଅ ଅଭିଲିପ୍ସା ଚଳିତ ବର୍ଷା ଦଶମ ପାସ କରିଛନ୍ତି । ପିଲାଟି ଦିନରୁ ନୃତ୍ୟ ଓ ଚିତ୍ରକଳା ଉପରେ ବେଶ ଆଗ୍ରହ ରଖୁଥିଲେ । କେହି ତାଙ୍କୁ ଉପହାରରେ କିଛି ଖେଳନା ଦେଲେ ସେ ସେହି ଉପହାର ପ୍ରତିଛବିକୁ ଆଙ୍କିବାକୁ ଚେଷ୍ଟା କରୁଥିଲେ । ସେହି ଚେଷ୍ଟା ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ବିନା ଗୁରୁରେ ସେ ଜଣେ ଭଲ ଚିତ୍ରଶିଳ୍ପୀ ହୋଇପାରିଛନ୍ତି ।