କନକ ବ୍ୟୁରୋ : ହିଣ୍ଡେନବର୍ଗ ରିପୋର୍ଟ ସହିତ ଜଡିତ ଶୁଣାଣି ମାମଲାରେ ସଲିସିଟର ଜେନରାଲ ତୁଷାର ମେହେତା ସୁପ୍ରିମକୋର୍ଟଙ୍କୁ କହିଛନ୍ତି କି, ଏହି ମାମଲାର ଯାଂଚ ପାଇଁ ପ୍ରତିଭୂତି ବିନିମୟ ବୋର୍ଡ ବା ସେବି ଆଉ ସମୟ ମାଗିବ ନାହିଁ । ହିଣ୍ଡେନବର୍ଗ ରିପୋର୍ଟ ସହିତ ଜଡିତ ୨୪ଟି ମାମଲା ମଧ୍ୟରୁ ୨୨ଟି ମାମଲାରେ ଯାଂଚ ଶେଷ ହୋଇଛି ।

Advertisment

ଚଳିତ ସପ୍ତାହ ଆରମ୍ଭରେ ଓକିଲ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଯେଉଁଥିରେ ସେ ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଂଚ ପାଇଁ ସେବି ବିଳମ୍ବ କରୁଥିବାରୁ ସେବି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତିୱାରୀ ତାଙ୍କ ଆବେଦନରେ କହିଥିଲେ କି ସେବି ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସମୟ ମଧ୍ୟରେ ଯାଂଚ ସମାପ୍ତ କରିପାରି ନଥିବାରୁ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ସୂଚନା ଥାଉକି, ଏହି ମାମଲାର ଯାଂଚ ଅଗଷ୍ଟ ୧୪ ତାରିଖ ସୁଦ୍ଧା ସମାପ୍ତ କରିବାକୁ ସୁପ୍ରିମକୋର୍ଟ ସେବିକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ଜୁଲାଇ ୧୧ ତାରିଖରେ ସୁପ୍ରିମକୋର୍ଟ ସେବିକୁ ଆଦାନୀ ଗ୍ରୁପ ସହିତ ଜଡିତ ଷ୍ଟକ ମୂଲ୍ୟ ହେରଫେର କରିବା ଉପରେ ଯେଉଁ ଯାଂଚ ଚାଲିଛି ତାର ସ୍ଥିତି ବାବଦରେ ପଚରା ଉଚରା କରିଥିଲେ ।