କନକ ବ୍ୟୁରୋ: ହାତରେ ଠେଙ୍ଗା ଧରି ଜଙ୍ଗଲ ଭିତରେ ମହିଳାଙ୍କ ମାର୍ଚ । ଆଉ ନୁହେଁ ବହୁତ ହୋଇଗଲା ମାଫିଆ ରାଜ । ଏଣିକି ଜଙ୍ଗଲ ଭିତରକୁ ଆଉ କାହାରିକୁ ପଶିବାକୁ ଦେବୁ ନାହିଁ, କି ଟୋକେଇ ବାଲି ବି କେହି ନେଇ ପାରିବେ ନାହିଁ । ଏମିତି ସଂକଳ୍ପ ନେଇ ଏକାଠି ହୋଇଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ ମାଗୁରା ଗାଁର ବନ ସୁରକ୍ଷା ସମିତିର ଶତାଧିକ ମହିଳା । ପଂଚାୟତରେ ଥିବା ନୟର ନଶହ ବାଟି ଜଙ୍ଗଲକୁ କାଠ ଓ ବାଲି ମାଫିଆଙ୍କ କବଳରୁ ରକ୍ଷା କରିବା ପାଇଁ ଅଂଟା ଭିଡିଛନ୍ତି ।
ପାଳି କରି ଜଙ୍ଗଲ ଜଗୁଛନ୍ତି ମହିଳା । ଜଙ୍ଗଲରୁ ଗଛ କାଟି ନେବା ସହ ବେଆଇନ ଭାବେ ଜଙ୍ଗଲ ଜମିକୁ ଖୋଳି ମାଟି ଓ ବାଲି ଉଠାଇ ନେଉଛନ୍ତି ମାଫିଆ । ଫଳରେ ଜଙ୍ଗଲ ଭିତରେ ପୋଖରୀ ସୃଷ୍ଟି ହେଉଛି । ଏହାକୁ ବିରୋଧ କରି ଗ୍ରାମବାସୀ ପ୍ରଶାସନକୁ ଅବଗତ କରାଇଛନ୍ତି, ଏମିତିକି ବେଆଇନ ଗାଡି ଜବତ କରି କାକଟପୁର ତହସିଲର ଜିମା ଦେଇଛନ୍ତି । ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ତେଣୁ ସବୁକିଛି ମାଫିଆ ଓ ପ୍ରଶାସନର ସଲାସୁତରାରେ ଚାଲିଛି ବୋଲି ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/1-4.png)