କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲକୁ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ ଦେଇ ବିଜେଡିକୁ ଟାର୍ଗେଟ କଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ । ୨୩ବର୍ଷ ଶାସନ ଭିତରେ ବିଜେଡିର ଘୋଷଣା ପରେ ବି ବିଧାୟକ ଟିକେଟ, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ଏବଂ ରାଜ୍ୟସଭାରେ ୩୩ପ୍ରତିଶତ ସଂରକ୍ଷଣ ହେଉଛି କି ବୋଲି ପ୍ରଶ୍ନ କରିଛି ବିଜେପି ।

Advertisment

ମହିଳା ସଂରକ୍ଷଣ ବିଲକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ । ମହିଳା ସଂରକ୍ଷଣ ବିଲ ନେଇ ବୟାନ ରଖିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ । କହିଛନ୍ତି, ଏହି ବିଲ୍ କଂଗ୍ରେସ ଆଣିଥିଲା ବିଲ୍, ଏହା ଆମର । ଆଜି ସଂସଦର ସ୍ୱତନ୍ତ୍ର ଅଧିବେସନ ପାଇଁ ସଂସଦରେ ପହଂଚିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଏହା କହିଛନ୍ତି ସୋନିଆ । ଐତିହାସିକ ମହିଳା ସଂରକ୍ଷଣ ବିଲକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ ।

ଆଜି ଲୋକସଭାରେ ଉପସ୍ଥାପିତ ହୋଇପାରେ ଏହି ବିଲ୍ । ଏବଂ ୨୧ତାରିଖ ଦିନ ରାଜ୍ୟସଭାରେ ଉପସ୍ଥାପିତ ହୋଇପାରେ । ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ । ରବିବାର ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ପାସ କରିବା ସପକ୍ଷରେ ମତ ଦେଇଥିଲେ ।

ବିଜେଡି ବି ବିଲ ପାସ କରିବାକୁ ମତ ରଖିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅମିତ୍ ଶାହ, ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀ, ଏସ୍. ଜୟଶଙ୍କର, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ । ବିଲ ପାସ ହେଲେ ଏହା କେନ୍ଦ୍ରର ଏକ ଐତିହାସିକ ନିଷ୍ପତ୍ତି ହେବ ।