କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମହିଳା ଆଇପିଏଲ କ୍ରିକେଟ ପାଇଁ ଖେଳାଳି ନିଲାମ । ୫ ଟଶ ଟିମ୍ ପାଇଁ ନିଲାମ ଡକାଯାଇଛି । ଗୌତମ ଆଦାନୀଙ୍କ ଅହମଦାବାଦ, ମୁକେଶ ଆମ୍ବାନୀଙ୍କ ମୁମ୍ବାଇ ଟିମ୍ ସହ ଦିଲ୍ଲୀ କ୍ୟାପିଟାଲ୍ସ, ଆରସିବି, ଗୁଜରାଟ ଜାଏଣ୍ଟସ୍ ଏବଂ ୟୁପି ୱାରିୟର୍ସ ରହିଛି । ଗୋଟିଏ ଲେଖାଏଁ ଟିମ୍ ପାଇଁ ୫୦୦ରୁ ୬୦୦ କୋଟି ଟଙ୍କା ଲେଖାଏଁ ବିନିଯୋଗ କରାଯିବ । ମୋଟ ଉପରେ ୩୪ ଜଣ ଖେଳାଳୀଙ୍କୁ ୪୩ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛନ୍ତି ଫ୍ରାଂଚାଇଜ୍ । ମୋଟ ଉପରେ ୪୦୯ ଜଣ ଖେଳାଳିଙ୍କ ତାଲିକାରୁ ୯୦ଟି ସ୍ଥାନ ନିଲାମ ହେଉଛି ।

Advertisment

ସବୁଠୁ ଦାମୀ ଖେଳା ବ୍ୟାଟର ସ୍ମୃତି ମନ୍ଧାନା
୩.୮୦ କୋଟି ଟଙ୍କାରେ ସ୍ମୃତି ମନ୍ଧାନା କିଣିଲା ଆରସିବି
ଦିପ୍ତି ଶର୍ମାଙ୍କୁ ୨.୬ କୋଟି ଟଙ୍କାରେ କିଣିଛି ୟୁପି ୱାରିଅର୍ସ
ହରମନପ୍ରୀତ କୌରଙ୍କୁ ୧.୮୦ କୋଟି ଟଙ୍କାରେ କିଣିଛି ମୁମ୍ବାଇ
ସୋଫି ଡିଭାଇନଙ୍କୁ ୫୦ ଲକ୍ଷ ଟଙ୍କାରେ ଆରସିବି
ଆସଲେ ଗାଡନରଙ୍କୁ ୩.୨ କୋଟି ଟଙ୍କାରେ କିଣିଛି ଗୁଜରାଟ
ସୋଫି ଏକଲେଷ୍ଟୋନଙ୍କୁ ୧.୮ କୋଟିରେ କିଣିଛି ୟୁପି ୱାରିଅର୍ସ
ନାଟ୍ ସିଭର ବ୍ରଂଟଙ୍କୁ ୩.୨ କୋଟି ଟଙ୍କାର କିଣିଛି ମୁମ୍ବାଇ ଇଣ୍ଡିଆନ୍ସ
ରେଣୁକା ସିଂଙ୍କୁ ୧.୫ କୋଟି ଟଙ୍କାରେ କିଣିଛି ଆରସିବି
ବେଥ୍ ମୁନିଙ୍କୁ ୨ କୋଟି ଟଙ୍କାରେ ଗୁଜରାଟ କିଣିଛି
ରିଚା ଘୋଷଙ୍କୁ ୧.୯ କୋଟି ଟଙ୍କାରେ କିଣିଛି ଆରସିବି
ସ୍ନେହା ରାଣାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣଛି ଗୁଜୁରାଟ
ମୋଟ ଉପରେ ୪୦୯ ଜଣ ଖେଳାଳି ନିଲାମରେ ସାମିଲ ହୋଇଛନ୍ତି
ସେଥିରୁ ୩୪ ଖେଳାଳୀଙ୍କୁ ୪୩ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛନ୍ତି ଫ୍ରାଂଚାଇଜ୍