କନକ ବ୍ୟୁରୋ : ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଓ ମହିଳା ଅଧିକାର ଉପରେ ବଡ ବଡ କଥା କହୁଥିବା ଦେଶର ଲୋକମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି । ମହିଳାଙ୍କୁ ସଶକ୍ତ କରାଯାଉଛି । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି । ମହିଳାଙ୍କୁ ପୁରୁଷଙ୍କ ସହିତ ସବୁକ୍ଷେତ୍ରରେ ଆମେ ସମାନ ଅଧିକାର ଦେଉଛୁ । ଏଭଳି ଭାଷଣବାଜି ଆମେ ଅନେକ ସମୟରେ ଶୁଣୁଛୁ । ହେଲେ ଦେଶରେ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ କେତେ ସମାନତା ରହିଛି ତାହା ପ୍ରକାଶ କରିଛି ବିଶ୍ୱ ଅର୍ଥନୈତିକ ଫୋରମ ବା (ଡବ୍ଲ୍ୟୁଇଏଫ୍) । ବୈଶ୍ୱିକ ଲିଙ୍ଗଗତ ଅସାମନତା ରିପୋର୍ଟରେ ଭାରତର ପ୍ରଦର୍ଶନ ଅତି ଖରାପ ଥିବା ଏହି ରିପୋର୍ଟ ପ୍ରକାଶ କରିଛି । ବିଶ୍ୱ ଅର୍ଥନୈତିକ ଫୋରମର ରିପୋର୍ଟ ମୁତାବକ ଭାରତ ଲିଙ୍ଗଗତ ଅସମାନତା କ୍ଷେତ୍ରରେ ୨୮ ଟି ସ୍ଥାନ ତଳକୁ ଖସି ୧୪୦ ସ୍ଥାନରେ ପହଂଚିଛି । ବିଶ୍ୱ ଅର୍ଥନୈତିକ ଫୋରମ ୧୫୬ ଟି ଦେଶକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି । କହିରଖୁ କି ୨୦୨୦ ମସିହାରେ ଏହି ସଂସ୍ଥ। ୧୫୩ ଟି ଦେଶକୁ ନେଇ ଏହି ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଭାରତର ସ୍ଥାନର ୧୧୨ ରେ ଥିଲା ।
ରିପୋର୍ଟ ମୁତାବକ ଭାରତରେ ରାଜନୀତି କ୍ଷେତ୍ରରେ ମହିଳାଙ୍କ ଭାଗୀଦାରି ହ୍ରାସ ପାଇଛି । ଶ୍ରମବଳ ଭାଗୀଦାରିରେ ବି ହ୍ରାସ ପାଇଛି । ସେହିପରି ଦେଶର ବଡ ବଡ ପଦବୀରେ ମହିଳା ଅଧିକାରୀଙ୍କ ସଂଖ୍ୟା କମିଛି । ଚଳିତ ବର୍ଷ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ୬୨.୫ ପ୍ରତିଶତରୁ ବୃଦ୍ଧି ପାଇ ୬୬.୮ ପ୍ରତିଶତରେ ପହଂଚିଛି ।
ଲିଙ୍ଗଗତ ଅସମାନତା କ୍ଷେତ୍ରରେ ଭାରତର ଖରାପ ପ୍ରଦର୍ଶନ । ୨୮ ଟି ସ୍ଥାନ ତଳକୁ ଖସି ୧୪୦ ନମ୍ବରରେ ରହିଲା ଦେଶ ।
/kanak/media/post_attachments/wp-content/uploads/2021/04/20-2.jpg)