କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ବାତିଲ ହେଲା ୨୦୨୧ ଜୁନିୟର ମହିଳା ହକି ବିଶ୍ୱକପ । ଦକ୍ଷିଣ ଆଫ୍ରିକାରେ ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ବିଶ୍ୱକପ୍ ଆୟୋଜନ ହୋଇଥାନ୍ତା । ତେବେ କୋଭିଡର ନୂଆ ପ୍ରଜାତି ଠାବ ହେବା ପରେ ଜୁନିୟର ମହିଳା ହକି ବିଶ୍ୱକପକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି ଏଫ୍ଆଇଏଚ୍ ।
ଏହା ସହ ଏଫ୍ଆଇଏଚ୍ ଇଭେଂଟରେ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି । କିଛି ଦେଶ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବାପରେ ଦକ୍ଷଣ ଆଫ୍ରିକାକୁ ବିମାନସେବା ବନ୍ଦ କରିଦେଇଛନ୍ତି । ତେଣୁ ଏହି ଇଭେଂଟକୁ ଏପରି ପରିସ୍ଥିତିରେ ବଜାୟ ରଖିବା ସମ୍ଭବ ନୁହେଁ ବୋଲି କହିଛି ଅନ୍ତର୍ଜାତୀୟ ହକି ସଂଘ । ତେବେ ଆଫ୍ରିକା ମାଟିରେ ଏହା ଥିଲା ପ୍ରଥମ ଜୁନିୟର ହକି ବିଶ୍ୱକପ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/hockey-16346966933x2-1.webp)