ଆଜି ମହିଳା ଆଇପିଏଲ ଫାଇନାଲ । ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁୁରୁ ମଧ୍ୟରେ ମୁକାବିଲା ।

14

କନକ ବ୍ୟୁରୋ: ମହିଳା ଆଇପିଏଲର ଆଜି ଫାଇନାଲ ମୁକାବିଲା । ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଂଜର ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଦିଲ୍ଲୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ହେଲେ ବାଙ୍ଗାଲୋର ପ୍ରଥମ ଥର ପାଇଁ ଫାଇନାଲ ଖେଳିବ । ସବୁ କଳ୍ପନାଜଳ୍ପନାର ଅନ୍ତ ଅଘଟାଇ ଚାମ୍ପିଅନ୍ ହେବାକୁ ପ୍ରୟାସ କରିବ ବାଙ୍ଗାଲୋର । ହେଲେ ବାଙ୍ଗାଲୋରର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଅପେକ୍ଷା କରିଛି ଦିଲ୍ଲୀ ।

ମେଗ୍ ଲ୍ୟାନିଂଙ୍କ ନେତୃତ୍ୱାଧୀନ କ୍ୟାପିଟାଲ୍ସ ଗତ ବର୍ଷ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାସ୍ତ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ ଏଲିମିନେଟର ମୁକାବିଲାରେ ହରାଇ ବାଙ୍ଗାଲୋର ଫାଇନାଲରେ ପ୍ରବେଶ କରିଛି । ତେଣୁ ଆଜିର ମ୍ୟାଚ୍ ଜିତି ଟାଇଟଲ ଜିତିବାକୁ ଚେଷ୍ଟା କରିବ ସ୍ମୃତି ମନ୍ଧାନାଙ୍କ ଦଳ । ସେପଟେ ଦିଲ୍ଲୀର ଅଧିନାୟକ ଲ୍ୟାନିଂଙ୍କ ସମେତ ସେଫାଳି ବର୍ମା ମଧ୍ୟ ଫର୍ମରେ ରହିଛନ୍ତି । ତେଣୁ ଉଭୟ ଦଳ ଚାମ୍ପିଅନ୍ ହେବାକୁ ଚେଷ୍ଟା କରିବେ ।