‘ମୋ ବସ’ରେ ମହିଳାଙ୍କୁ ମାଗଣା ଯାତ୍ରା । ବିଶ୍ୱ ମହିଳା ଦିବସ ପାଇଁ ଆଜି ‘ମୋ ବସ’ରେ ସ୍ୱତନ୍ତ୍ର ସୁବିଧା ପାଇବେ ମହିଳା ।

Advertisment
‘ମୋ ବସ’ରେ ମହିଳାଙ୍କୁ ମାଗଣା ଯାତ୍ରା । ବିଶ୍ୱ ମହିଳା ଦିବସ ପାଇଁ ଆଜି ‘ମୋ ବସ’ରେ ସ୍ୱତନ୍ତ୍ର ସୁବିଧା ପାଇବେ  ମହିଳା ।

କନକ ବ୍ୟୁରୋ: ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ସାରା ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ମୋ ବସରେ ମଧ୍ୟ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ମହିଳା ଦିବସ ହେତୁ ମୋ ବସରେ ଯାତ୍ରା କଲେ ମହିଳାମାନଙ୍କୁ ଦେବାକୁ ପଡିବନି କୌଣସି ଭଡା । ଅର୍ଥାତ ମହିଳାମାନେ ଆଜି ମୋ ବସରେ ମାଗଣାରେ ଯାତ୍ରା କରିପାରିବେ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ତେବେ କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ଯେ, ଆମେ ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଉଛୁ । ଏବେ ମୋ ବସରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ ରହିଛନ୍ତି । ମହିଳାଙ୍କ ପାଇଁ ଦିଏଟିଏ ହୋଇଥିବାରୁ ଆଜି ମୋ ବସରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରିଛି କ୍ରୁଟ । ତେଣୁ ଆଜି ମୋ ବସ ଯେଉଁ ମହିଳା ଚଢିବେ ସେ ମାଗଣାରେ ଯାତ୍ରା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe