କନକ ବ୍ୟୁରୋ: ଆଜି ରାଜଧାନୀରେ କଂଗ୍ରେସର ବିଶାଳ ମହିଳା ସମାବେଶ । କଂଗ୍ରେସ ଭବନ ସମ୍ମୁଖରେ ମହିଳା ସମାବେଶ କରାଯିବ । ଏହା ପରେ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ରହିଛି । ଏଆଇସିସି ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଏହି ସମାବେଶରେ ସାମିଲ ହେବେ ।

ବିଜେଡି ଶାସନରେ ମହିଳାମାନେ ଅସୁରକ୍ଷିତ, ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବାର ଅଭିଯୋଗ ଆଣି ଏହି ସମାବେଶ କରୁଛି କଂଗ୍ରେସ । ନିକଟରେ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ତାଙ୍କ ପରାମର୍ଶ ଅନୁଯାୟୀ ଓଡ଼ିଶାରେ ମହିଳା ଓ କଂଗ୍ରେସର ମହିଳା ନେତ୍ରୀମାନଙ୍କୁ ରଣନୀତି ସମ୍ପର୍କରେ ଅବଗତ କରାଯିବ ବୋଲି ଅଳକା ଲାମ୍ବା କହିଛନ୍ତି । ସେହିପରି ମହିଳା କଂଗ୍ରେସର ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ବୈଠକ ବସି ଏହାକୁ ପୁର୍ନଗଠନ କରାଯିବ । ସେହିପରି ଆଜି ଓଡ଼ିଶା ମହିଳା କଂଗ୍ରେସର ନବନିଯୁକ୍ତ ଅଧ୍ୟକ୍ଷା ମୀନାକ୍ଷୀ ବାହିନୀପତି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।