କନକ ବ୍ୟୁରୋ : ବିଜନେସ ପାଇଁ ମାଗଣାରେ ନୂଆ ନୂଆ ଆଇଡିଆ ପାଇବେ, ବଲିଉଡ ସେଲିବ୍ରିଟିଙ୍କୁ ଭେଟିବାର ସୁଯୋଗ ମିଳିବ, ସଫଳ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ ଜାଣିବେ, ପୂରା ପରିବାରକୁ ସାଥୀରେ ଧରି ଆସିବେ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେବା ସହ ଫୁଡ୍ କୋର୍ଟରେ ବସି ଓଡ଼ିଶାର ସବୁ ପ୍ରାନ୍ତରୁ ଆସିଥିବା ପ୍ରସିଦ୍ଧ ଖାଇବାର ମଜା ଉଠାଇବେ । ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଦେଶର ପ୍ରଥମ ଓମେନ୍ସ ବିଜନେସ ମେଳାରୁ କିଛି ଏଭଳି ଅଭୁଲା ଅନୁଭୂତି ନେଇ ନିଶ୍ଚୟ ଫେରିବେ । କାରଣ ଆଇଡବ୍ଲୁଇସି ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଳାରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର ଝଲକ । ଏବେ ଓଡ଼ିଆ ଘରର ମହିଳା ଏରୁଣ୍ଡି ବନ୍ଧର ଲକ୍ଷ୍ମଣରେଖାକୁ ପାର କରି କେଉଁଠି ପହଞ୍ଚିଛନ୍ତି ଓ କିଭଳି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାହା ଦେଖିବ ପୂରା ଦେଶ ।

Advertisment

ଆସନ୍ତା ମେ’ ୪ରୁ ମେ’ ୮ତାରିଖ, ଦିନ ୧ଟାରୁ ରାତି ୧୦ଟା । ୫ ଦିନ ଧରି ଚାଲିବ ଓମେନ୍ସ ବିଜନେସ ମେଳା । ଯେଉଁଠି ୧୦୦ରୁ ଅଧିକ ସଫଳ ମହିଳା ଉଦ୍ୟୋଗୀ ନିଜର ସାମଗ୍ରୀକୁ ପ୍ରଦର୍ଶିତ କରିବା ସହ ନୂଆ ନୂଆ ବିଜନେସ ଆଇଡିଆ ବାବଦରେ ଜଣାଇବେ । ଆଉ ସବୁଠୁ ବଡ କଥା ହେଲା ଏହି ମେଳାରେ ଏଣ୍ଟ୍ରି ପାଇଁ ଆପଣଙ୍କୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡିବନି । ଅଥାର୍ତ ପୂରା ଫ୍ରୀରେ ମେଳା ବୁଲିପାରିବେ ଲୋକେ । ଯେଉଁଠି ବଲିଉଡ ତାରକା ଅର୍ଜୁନ ରାମପାଲ, ଲାରା ଦତ୍ତ, ଇମତିଆଜ ଅଲ୍ଲୀଙ୍କ ଗହଣରେ ବିଭିନ୍ନ କାର୍ଯ୍ୟକ୍ରମର ମଜା ଉଠାଇ ପାରିବେ ଲୋକେ । ଏହି ମେଳା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଖାସକରି ମହିଳାଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଇ.ଡବ୍ଲୁ.ଇ.ସି ପକ୍ଷରୁ କୁହାଯାଇଛି । ଏହି ମେଳା ସମ୍ପୂର୍ଣ୍ଣ ରୂପେ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ପ୍ରତିଦିନ ଲକି ଡ୍ର ଜରିଆରେ ପୁରସ୍କୃତ କରାଯିବ ।
ଏଭଳି ଏକ ମେଗା ଇଭେଣ୍ଟରେ ସାମିଲ ହେବାର ସୁଯୋଗକୁ ଆଦୌ ହାତଛଡା କରନ୍ତୁ ନାହିଁ । ପୂରା ପରିବାର ସହ ଆସନ୍ତୁ ମେଳା ବୁଲନ୍ତୁ । କାରଣ ମେଳାକୁ ଏବେ ଆପଣଙ୍କ ସହ ଆସିବାକୁ ଚାହୁଁଥିବା ଝିଅ, ଭଉଣୀ, ପତ୍ନୀ, ବୋହୂଙ୍କ ମଧ୍ୟରୁ କେହି ହୁଏତ ଆଗାମୀ ଦିନରେ ଏହି ମେଳାରେ ନିଜର ସଫଳତାର କାହାଣୀ କହୁଥିବେ । କିଛି ଏଭଳି ବିଶ୍ୱାସ ଆଇ.ଡବ୍ଲୁ.ଇ.ସିର ରହିଛି । କାରଣ ଏହି ଓମେନ୍ସ ବିଜନେସ ମେଳା ବୁଲିଯିବା ପରେ ଚାକିରି ପଛରେ ନଧାଇଁ ସ୍ୱାବଲମ୍ବୀ ହେବା ସହ ସଫଳ ଉଦ୍ୟୋଗୀ ହେବାକୁ ଅନେକ ମହିଳା ସ୍ୱପ୍ନ ଦେଖିବେ ନିଶ୍ଚୟ । ଆଉ ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ସହାୟତାର ହାତ ବଢାଇବ ଆଇ.ଡବ୍ଲୁ.ଇ.ସି ।