ମହିଳା ଦିବସରେ ମହାମୁକାବିଲା ଦେଖିବ ବିଶ୍ୱ । ଫାଇନାଲ ଫାଇଟ ପାଇଁ ପଡିଲା ଟସ୍ । ଫିଲ୍ଡିଂ କରିବ ଭାରତ, ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

181

କନକ ବ୍ୟୁରୋ: ମହାମୁକାବିଲା ପାଇଁ ପଡିଲା ଟସ । ବିଶ୍ୱକପ ଫାଇନାଲ ଫାଇଟ ପାଇଁ ଟସ ଜିତିଲା ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ ଟିମ୍ । ତେବେ ଫାଇନାଲ ମ୍ୟାଚରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଛି ଭାରତ ।

ତେବେ ମହିଳା ଦିବସରେ ଆଜି ସାରା ବିଶ୍ୱ ଦେଖିବ ମହା ମୁକାବିଲା । ମେଲବର୍ଣ୍ଣ କ୍ରିକେଟ ପଡିଆରେ ଟି-୨୦ ମହିଳା ବିଶ୍ୱକପ୍ ହାଇଭୋଲଟେଜ ମ୍ୟାଚ ଦେଖିବ ବିଶ୍ୱ । ଏଥିରେ ବିଶ୍ୱକପ୍ ଆୟୋଜକ ଅଷ୍ଟ୍ରେଲିଆକୁ ଟକ୍କର ଦେବେ ଭାରତୀୟ ଦଳ । ଭାରତ ପାଇଁ ଚଳିତ ବିଶ୍ୱକପ୍ ବେଶ ସ୍ମରଣୀୟ ରହିବ । କାରଣ ଏହା ପୂର୍ବରୁ ଭାରତ କେବେ ଫାଇନାଲକୁ ଯାଇ ପାରିନଥିଲା । ୨୦୦୯, ୨୦୧୦ ଓ ୨୦୧୮ରେ ସେମିଫାଇନାଲରେ ପ୍ରବେଶ କରିବା ପରେ ପରାସ୍ତ ହୋଇଥିଲା ।

ତେଣୁ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆଣିବାର ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛିି ହରମନପ୍ରୀତ୍ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ।

Comments are closed.