ବିଞ୍ଝାରପୁରରେ ମହିଳା ବନାମ ପୋଲିସ: ସାମ୍ବାଦିକଙ୍କୁ ଆକ୍ରମଣ ପରେ ଉତ୍ୟକ୍ତ ମହିଳା ଓଗାଳିଲେ ପୁଲିସର ବାଟ

Advertisment
ବିଞ୍ଝାରପୁରରେ ମହିଳା ବନାମ ପୋଲିସ: ସାମ୍ବାଦିକଙ୍କୁ ଆକ୍ରମଣ ପରେ ଉତ୍ୟକ୍ତ ମହିଳା ଓଗାଳିଲେ ପୁଲିସର ବାଟ

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ବିଂଝାରପୁର ବାଛୋଳ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୁଲିସ । ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗାଁ ଉପରେ ତୀକ୍ଷ୍ଣ ନଜର ରହିଛି । ପୁଲିସ ଗାଁରେ ପଇଁତରା ମାରୁଛି । ଆଉ ଏତିକି ବେଳେ ପୁଲିସ ଓ ଗାଁର ମହିଳା ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ସୁରକ୍ଷା ରକ୍ଷା କରିବା ପାଇଁ ପୁଲିସ ଗାଁରେ ମୁତୟନ ହୋଇଥିବା ବେଳେ ମହିଳାମାନେ ଠେଙ୍ଗା ଧରି ପୁଲିସ ଆଡକୁ ମାଡି ଆସୁଛନ୍ତି । ଠେଙ୍ଗା ଧରି ରୁଣ୍ଡ ହୋଇଛନ୍ତି ବାଛୋଳ ଗାଁର ମହିଳା । ଏମାନେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି । ସାମ୍ବାଦିକ ରାଜନୈତିକ ହିଂସାର ଶିକାର ହୋଇଥିବା ବେଳେ ମହିଳାମାନେ ପୁଲିସ ମୁହାଁମୁହିଁ ହେବାକୁ ପଛାଉ ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe