ଧାମନଗର ଉପନିର୍ବାଚନରେ ୨୦ରୁ ୨୫ ହଜାର ଭୋଟରେ ଜିତିବ ବିଜେଡି : ପ୍ରମିଳା ମଲ୍ଲିକ

157

କନକ ବ୍ୟୁରୋ : କିଏ ଜିତିବ ଧାମନଗର ବାଜି ? ଧାମନଗର ଭୋଟିଂ ନେଇ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ତର୍କ । କିଏ ଜିତିବ ଆଉ କିଏ ହାରିବ ଏନେଇ ନିଜ ନିଜର ମନ୍ତବ୍ୟ ରଖିବାରେ ସମସ୍ତେ ବ୍ୟସ୍ତ । ତେବେ ଧାମନଗର ଭୋଟିଂ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ରାଜସ୍ୱ ମନ୍ତ୍ରୀ । ମହିଳା , ଯୁବକ ଓ ଛାତ୍ରଙ୍କ ଭୋଟ ସବୁ ବିଜେଡି ଖାତାକୁ ଆସିଛି ।

ବିଜେଡି ନିଶ୍ଚିତ ଭାବରେ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି କହିଛନ୍ତି ପ୍ରମିଳା । ତା ସହିତ ଲୋକମାନେ ଯେମିତି ପ୍ରତିଶ୍ରୁତି ଦେଇଥିଲେ ସେହିଭଳି ଭୋଟ୍ ଆସିଛି । ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକେ କାହିଁକି ଭୋଟ ଦେବେ ? ସରକାରୀ ଦଳକୁ ଭୋଟ୍ ଦେଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କୁ ମିଳିପାରିବ ବୋଲି କହିଛନ୍ତି ।

ଆଉ ସେପଟେ ଭଲ ମାର୍ଜିନରେ ବିଜୟ ଲାଭ କରିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଲୋକଙ୍କର ଯେଉଁଭଳି ସମର୍ଥନ ରହିଛି । ଏଥିରୁ ସ୍ପଷ୍ଟ ହୋଇଛି ଭାରତୀୟ ଜନତା ପାର୍ଟି ଶହେ ପ୍ରତିଶତ ଜିତିବାର ସମ୍ଭାବନା ରହିଛି । ଜିତିବା ପରେ ଲମ୍ବା ସମୟର କୁଶାସନ, ଭ୍ରଷ୍ଟାଚାରକୁ ଲୋକେ ସେହିଦିନ ପ୍ରତ୍ୟାଖାନ କରିବେ ।

ସେପଟେ ଦୁଇ ଦଳକୁ ବାଦ୍ ଦେଇ ଫଳାଫଳ ପୂର୍ବରୁ ହାର ମାନିଛି କଂଗ୍ରେସ । ବିଜେଡି ଓ ବିଜେପିର ଟଙ୍କା ବଣ୍ଟା ଯୋଗୁ କଂଗ୍ରେସ ରହିବ ତୃତୀୟ ସ୍ଥାନରେ । ଏନେଇ ସୁର ରାଉତରାୟ ନିଜର ପ୍ରତିକ୍ରିୟା ଦେଇଛନ୍ତି ।