ମଦ ବିରୋଧରେ ଏକାଠି ହେଲେ ମହିଳା। ନିଶାସକ୍ତ ଯୁବକକୁ କାବୁ କରିି ପେଟେଣ୍ଟ ମେଡିସିନ୍ ଦେଲେ ମହିଳା । 

77

କନକ ବ୍ୟୁରୋ: ତାତିଲେ ମହିଳା । ମଦ ବିରୋଧରେ ଏକାଠି ହୋଇ ମଦୁଆକୁ ସାବାଡ କରିଛନ୍ତି ମହିଳାମାନେ । ଏଣିକି ଆଗକୁ ମଦ ପିଇଲେ କି ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମଦୁଆଙ୍କୁ ଏମିତି କଡା ତାଗିଦ କରିଛନ୍ତି ଉତ୍ୟକ୍ତ ମହିଳା । ନବରଙ୍ଗପୁରର ତେନ୍ତୁଳିିଖୁଂଟି ଥାନା ଚିତ୍ରକୋଟ ଗାଁରେ ଶହଶହ ମହିଳା ଏକାଠି ହୋଇ ଜଣେ ନିଶାସକ୍ତ ଯୁବକକୁ କାବୁ କରିବା ସହିତ ଦେଇଛନ୍ତି ପେଟେଣ୍ଟ ମେଡିସିନ୍ । ପୂର୍ବରୁ ଏହି ମହିଳା ମାନେ ବାରମ୍ବାର ସତର୍କ କରିବା ସହିତ ସଚେତନ କରାଇଥିଲେ ବି ଏହି ମଦ୍ୟପଙ୍କ ଉପଦ୍ରବ ଥମିନଥିଲା । ପୁଣିଥରେ ଗାଁରେ ମଦ କାରବାର ହେଉଥିବା ବେଳେ ଏହି ନିଶାସକ୍ତ ଯୁବକ ଜଣକ ମଧ୍ୟ ନିଶାରେ ଚୁର ହୋଇ ମହିଳାଙ୍କୁ ଗାଁ ଭିତରେ ଦୁର୍ବ୍ୟବହାର କରିଥିଲେ । ଯାହାପାଇଁ ଏକାଠି ହୋଇଥିଲେ ମହିଳା ।

ଅମାନିଆ ମଦ୍ୟପ ଜଣକୁ ନିଧୁର୍ମ ଛେଚିବା ସହ ଗୋଡ ହାତ ବାନ୍ଧି ପୁଲିସ ଜିମା ଦେଇଛନ୍ତି । ଗାଁରେ ଶୃଙ୍ଖଳା ପାଇଁ ଏବେ ଠାରୁ ମହିଳା ମାନେ ସଙ୍କଳ୍ପବଦ୍ଧ ହୋଇ ମଦ ରନ୍ଧା ଉପରେ ରୋକ ଲଗାଇବା ସହ ମଦ୍ୟପଙ୍କୁ କଡା ତାଗିଦ କରିଛନ୍ତି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।