କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପୁରୁଣାକୁଟ୍ ରେଞ୍ଜରରେ ଗୋପାଳପୁର ଗ୍ରାମରେ ମଙ୍ଗଳବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।  ପୁରୁଣାକୁଟ୍ ରେଞ୍ଜର ଗଜେନ୍ଦ୍ର ବେହେରା ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ରହିଛି ଯେ, ଭୋର୍ ପ୍ରାୟ ୩ରୁ ୩.୩୦ ମଧ୍ୟରେ ଜୟନ୍ତୀ ପରିଶ୍ରା କରିବାକୁ ନିଜ ଘରୁ ବାହାରକୁ ଆସିଥିଲେ।

Advertisment

ସେହି ସମୟରେ ଜଙ୍ଗଲରୁ ଆସିଥିବା ଏକ ଦନ୍ତା ହାତୀ ମହିଳାଙ୍କୁ ଆକ୍ରମଣ କରିଥିଲା। ଫଳରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ମଧ୍ୟ ଅନେକ ଥର ଦନ୍ତା ହାତୀ ଗ୍ରାମ ଭିତରକୁ ପଶି ଆସୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଅନେକ ଥର ହାତୀ ଆକ୍ରମଣରେ ଅଘଟଣା ଘଟି ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ନ ଦିଆଯାଉଥିବା କାରଣରୁ ଗାଁର ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।