କନକ ବ୍ୟୁରୋ: ପଡ଼ିଶା ଘର ବାଡ଼ିରେ ଗାଈ ପଶିଯିବାରୁ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ଅତି ଅମାନୁଷିକ ଭାବେ ଅକଥନୀୟ ନିର୍ଯାତନା ଦିଆଯାଇଛି। ତାଙ୍କୁ ନିସ୍ତୁକ ମାଡ଼ ମାରାଯାଇଛି। ମିନିଟିଏ କି ଦି’ ମନିଟ୍ ନୁହେଁ ଦୀର୍ଘ ତିନି ଘଣ୍ଟା ଡହ ଡହ ଖରାରେ ଏଭଳି ଅକଥନୀୟ ନିର୍ୟାତନା ଦିଆଯାଇଛି। ଏଭଳି ଲୋମଟାଙ୍କୁରା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ କାଙ୍କଦିଆ ଗାଁରେ ଘଟିଥିବା ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

Advertisment

publive-image

ଥାନାରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି, କାଙ୍କଦିଆ ଗାଁର ବୀରକିଶୋର ରାଉତଙ୍କ ଗାଈ ପଡ଼ିଶା ଘର ଚୈତନ୍ୟ ଜେନାଙ୍କ ବାଡ଼ିରେ ପଶି ଫସଲ ଖାଇଥିଲା। ଏହାକୁ ନେଇ ଚୈତନ୍ୟଙ୍କ ପତ୍ନୀ ସଂଜୁଲତା ଗାଳିଗୁଲଜ କରିବା ସହିତ ବୀରକିଶୋରଙ୍କ ପତ୍ନୀ ସାବିତ୍ରୀଙ୍କୁ ଅତି ଦୟନୀୟ ସ୍ଥିତିରେ ଘରୁ ଘୋଷାରି ଆଣିଥିଲେ। ପ୍ରଥମେ ତାଙ୍କ ଘର ଦୁଆରେ ବାନ୍ଧିଥିଲେ। ପରେ ସଂଜୁଲତା ଓ ତାଙ୍କ ପୁଅ ଘର ଆଗରେ ଥିବା ଏକ ଗଛରେ ସାବିତ୍ରୀଙ୍କୁ ବାନ୍ଧି ମାଡ଼ ମାରିଥିଲେ। ଦୀର୍ଘ ୩ ଘଣ୍ଟା ଧରି ଏଭଳି କାଣ୍ଡ ଜାରି ରହିଥିଲେ ବି କେହି ସାହସ ଜୁଟାଇ ମହିଳାଙ୍କୁ ଉଦ୍ଧାର କରିପାରି ନଥିଲେ।

publive-image

ଦିନ ପ୍ରାୟ ୧୧ଟାରୁ ୨ଟା ଯାଏଁ ସାବିତ୍ରୀଙ୍କୁ ନିର୍ଧୁମ୍ ଖରାରେ ଗଛରେ ବନ୍ଧା ଯାଇଥିଲା। ସାବିତ୍ରୀ ପାଣି ମାଗିଥିଲେ ମଧ୍ୟ ତାଙ୍କୁ ପାଣି ଟୋପେ ବି ଦିଆଯାଇ ନଥିଲା। ଖବରପାଇ ଗାଁର ଲୋକେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଖୋଲିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଂଜୁଲତା ଗ୍ରାମବାସୀଙ୍କୁ ବି ଗାଳିଗୁଲଜ କରିଥିଲେ। ସାବିତ୍ରୀଙ୍କ ପୁଅ ବିଚିତ୍ର ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସାବିତ୍ରୀଙ୍କୁ ଉଦ୍ଧାର କରିବା ସହ ବିଚିତ୍ରଙ୍କ ଏତଲା ଭିତ୍ତିରେ ତଦନ୍ତ ଚଳାଇଛି।