କନକ ବ୍ୟୁରୋ: ଶହେ ଦିନ ଭିତରେ ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା ମହିଳାଙ୍କୁ ମିଳିବ । ଏହି ଯୋଜନା ଏବେ ଡ୍ରାଫ୍ଟ ଷ୍ଟେଜରେ ଅଛି । ଖୁବ ଶୀଘ୍ର ଏହାର ରୂପରେଖ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Advertisment

ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ତେଣୁ କେଉଁମାନଙ୍କୁ ଏହିି ଯୋଜନାର ସୁଫଳ ମିଳିବ ତାହା ଏବେ କହିବା ଠିକ ନୁହେଁ । ତେଣୁ ଯାହା ସଠିକ୍ ଖବର ତାକୁହିଁ ଲୋକଙ୍କ ପାଖରେ ପହଞ୍ଚାଯାଉ କିନ୍ତୁ କୌଣସି ମନଗଢା କି ଉଡା ଖବରକୁ ପ୍ରସାର ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ପ୍ରଭାତୀ ପରିଡା । ତେବେ ଶହେ ଦିନ ମଧ୍ୟରେ ସୁଭଦ୍ରା ଯୋଜନା ମିଳିବ, ଯାହା ବିଜେପି ସଂକଳ୍ପ ପତ୍ରରେ ଥିଲା, କ୍ୟାବିନେଟ ଏହାକୁ ସ୍ୱୀକୃତି ଦେଇଛି ।ତେଣୁ ଏହାର ପ୍ରକିୟାକୁ ଯଥାଶୀଘ୍ର ଶେଷ କରାଯାଇ ମହିଳାଙ୍କ ପାଖରେ ପହଞ୍ଚାଯିବ ବୋଲି କହିଛନ୍ତି ପ୍ରଭାତୀ ।