ମହିଳା ଦିବସରେ ଏୟାର ଇଣ୍ଡିଆ କରୁଛି ମହିଳାଙ୍କ ଜୋଶକୁ ସଲାମ : କେବଳ ମହିଳା ଉଡାଇବେ ଅନ୍ତର୍ଜାତୀୟ ଓ ଘରୋଇ ବିମାନ !

60

ସରକାରୀ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀ ଏୟାର ଇଣ୍ଡିଆ ଏଥର ବିଶେଷ ପ୍ରକାରର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର ନିଷ୍ପତ୍ତି ନେଇଛି । ଏଥିପାଇଁ କମ୍ପାନୀ ପୂର୍ଣ୍ଣ ରୂପେ ମହିଳା ଚାଳକ ଦଳ ଥିବା ୧୨ ଅନ୍ତର୍ଜାତୀୟ ଓ ୪୦ ଘରୋଇ ବିମାନ ଯାତ୍ରାର ପରିଚାଳନା ଆଜି କରିବ ।

ଏୟାର ଇଣ୍ଡିଆ ଏହି ୧୨ ଅନ୍ତର୍ଜାତୀୟ ଯାତ୍ରା ପାଇଁ ବି୭୮୭ ଡ୍ରିମଲାଇନର ଓ ବି୭୭୭ ବିମାନକୁ ଲଗାଇ ରଖିଛି । ଏହି ଯାତ୍ରା ଦିଲ୍ଲୀ-ସିଡନୀ, ମୁମ୍ବାଇ-ଲଣ୍ଡନ, ଦିଳ୍ଲୀ-ରୋମ, ଦିଲ୍ଲୀ-ଲଣ୍ଡନ, ମୁମ୍ବାଇ-ଦିଲ୍ଲୀ-ସାଂଘାଇ, ଦିଲ୍ଲୀ-ପ୍ୟାରିସ, ମୁମ୍ବାଇ-ନ୍ୟୁୟର୍କ, ଦିଲ୍ଲୀ-ନ୍ୟୁୟର୍କ, ଦିଲ୍ଲୀ-ୱାଶିଙ୍ଗଟନ୍, ଦିଲ୍ଲୀ-ଶିକାଗୋ ଓ ଦିଳ୍ଲୀ-ସାନଫ୍ରାନ୍ସିସ୍କୋ ଭଳି ସ୍ଥଶନ ପାଇଁ ଅଛି । ପ୍ରାଇଭେଟ୍ କମ୍ପାନୀ ଜେଟ୍ ଏୟାରୱେଜର ଯୋଜନା ୪ ଘରୋଇ ଉଡାଣର ପରିଚାଳନା ଦାୟିତ୍ୱ ମହିଳାଙ୍କୁ ଦେବାର ଯୋଜନା ରହିଛି ।