ମହିଳା ବିଶ୍ୱକପ୍ ଟିି-୨୦: ରବିବାର ମେଲବର୍ଣ୍ଣରେ ହାଇ ଭୋଲଟେଜ ମ୍ୟାଚ୍ । ଭାରତ-ଅଷ୍ଟ୍ରେଲିଆ ମୁକାବିଲା । ବିଶ୍ୱ ମହିଳା ଦିବସରେ ଦମ୍ ଦେଖାଇବ କି ଟିମ୍ ଇଣ୍ଡିଆର ମହିଳା ଦଳ?

174

କନକ ବ୍ୟୁରୋ : ବିଶ୍ୱକପ ଟି-୨୦ରେ ଫାଇନାଲରେ ପହଂଚିଲା ଭାରତୀୟ ମହିଳା ଦଳ । ପ୍ରଥମ ଥର ପାଇଁ ଟି-ଟ୍ୱେଂଟି ଫାଇନାଲରେ ଭାରତ ନିଜ ସ୍ଥାନ ପକ୍କା କରିଛି । ବର୍ଷା ପାଇଁ ସେମି ଫାଇନାଲ ମ୍ୟାଚ ବାତିଲ ହେବା କାରଣରୁ ଗ୍ରୁପ ପଏଂଟ ଟେବୁଲ ମୁତାବକ ସିଧାସଳଖ ଫାଇନାଲରେ ପହଂଚିଛି ଭାରତ ।

ଗୁରୁବାର ଦିନ ବର୍ଷା ଯୋଗୁଁ ବାତିଲ ହେଲା ଟି-୨୦ ମହିଳା ବିଶ୍ୱକପ୍ର ପ୍ରଥମ ସେମି ଫାଇନାଲ । ଏହାର ଫାଇଦା ପାଇଲା ଭାରତ । ଗ୍ରୁପ ପଏଂଟ ଟେବୁଲରେ ଭାରତ ପ୍ରଥମ ସ୍ଥାନରେ ଥିବା ଯୋଗୁଁ ସିଧାସଳଖ ଫାଇନାଲରେ ପହଂଚିଛି । ଅଷ୍ଟ୍ରେଲିଆର ସିଡନୀ ଷ୍ଟାଡ଼ିୟମରେ ଇଂଲଣ୍ଡ-ଭାରତ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବାର ଥିଲା । ହେଲେ ଶେଷ ସମୟରେ ବର୍ଷା ସବୁକିଛି ବିଗାଡ଼ି ଦେଇଛି । ଲାଗି ରହିଥିବା ବର୍ଷା ପାଇଁ ଆଇସିସି ମ୍ୟାଚକୁ ବାତିଲ କରିଛି । ଶେଷ ସମୟରେ ଆଇସିସି ନିୟମ ମୁତାବକ ୧୦-୧୦ ଓଭର ମ୍ୟାଚ କରିବା ନେଇ ନିଷ୍ପତି ହୋଇଥିଲା । ହେଲେ ବର୍ଷା ଲାଗିରହିଥିବାରୁ ଆଇସିସି ସେମିଫାଇନାଲ ମ୍ୟାଚକୁ ବାତିଲ କରିଦେଇଥିଲା । ଶେଷରେ ବିଶ୍ୱକପ ଟି-୨୦ରେ ପହଂଚି ଯାଇଥିଲା ଭାରତ ।

ଡାଏନା ଏଡୁଲଜି, ମହିଳା କ୍ରିକେଟର
ପୁଣି ଥରେ ଫାଇନାଲରେ ଚାରିଥରର ଚାମ୍ପିଅନ୍
ଟ୍ରଫି ପାଇଁ ଅଷ୍ଟ୍ରେଲିଆ ସହ ଭାରତର ହେବ ଟକ୍କର

ଦ୍ୱିତୀୟ ସେମିଫାଇନାଲରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇଛି ପୂର୍ବ ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ । ଟସ୍ ଜିତି ଦକ୍ଷିଣ ଆଫ୍ରିକା ଘରୋଇ ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଏବଂ ଦଳ ନିର୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୩୪ ରନ କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ରହିଥିଲା ୧୩୫ ରନର ବିଜୟ ଲକ୍ଷ୍ୟ । ଦ୍ୱିତୀୟ ପାଳିରେ ବର୍ଷା ଯୋଗୁଁ ୧୩ ଓଭର ପରେ ଆଉ ଖେଳ ସମ୍ଭବ ହୋଇ ପାରି ନଥିଲା । ତେଣୁ ଡିଏଲଏସ ନିୟମ ଅନୁସାରେ ୫ ରନ୍ରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ଫଳରେ ବିଶ୍ୱକପ୍ ଫାଇନାଲକୁ ପୁଣି ଥରେ ପ୍ରବେଶ କରିଛି ଏହି ୪ ଥରର ଚାମ୍ପିଅନ ଦଳ ।

ଆସନ୍ତା ୮ ତାରିଖରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ହେବ ଫାଇନାଲ ମୁକାବିଲା । ଏଥିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କଡା ଟକ୍କର । ତେବେ ଚଳିତ ବିଶ୍ୱକପ୍ର ଉଦଘାଟନୀ ମ୍ୟାଚରେ ଘରୋଇ ଦଳକୁ ମାତ୍ ଦେଇ ଅଭିଯାନ ଆରମ୍ଭ କରିଥିଲା ଭାରତ । ତେଣୁ ଫାଇନାଲରେ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରଶଂସକ । ଏଥିରେ ଅଷ୍ଟ୍ରେଲିଆକୁ ମାତ୍ ଦେଲେ ଭାରତ ମହିଳା ଦଳ ପ୍ରଥମ ଧର ହେବ ବିଶ୍ୱ ଟି-୨୦ ଚାମ୍ପିଅନ ।