ଆରମ୍ଭ ହେଲା ମହିଳା ଟି-୨୦ ଚ୍ୟାଲେଞ୍ଜ । ଉଦଘାଟନୀ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଭେଲୋସିଟି ଟିମ୍

257

କନକ ବ୍ୟୁରୋ : ଆରମ୍ଭ ହେଲା ମହିଳା ଟି-୨୦ ଚ୍ୟାଲେଞ୍ଜ । ଆଜିର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ସୁପନୋଭାସ ଓ ଭେଲୋସିଟି ଟିମ । ଏହି ମ୍ୟାଚରେ ଭେଲୋସିଟି ଟିମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ଆସିବ ସୁପରନୋଭାସ ଦଳ । ସୁପରନୋଭାସ ଦୁଇ ଓପନର ପାଳି ଆରମ୍ଭ କରିବେ ।

ସୁପନୋଭାସରେ ହର୍ମନପ୍ରୀତ କୌର, ତାନିଆ ଭଟ୍ଟିଆ, ପ୍ରିୟା ପୁନିଆ, ଚମାରି ଅଟାପାଟୁଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଭେଲୋସିଟିରେ ମିଥାଲି ରାଜ, ଶେଫାଳି ବର୍ମା, ସୁଶ୍ରୀ ଦିବ୍ୟଦର୍ଶିନୀ ଓ ବେଦ କ୍ରିଷ୍ଣମୂର୍ତ୍ତୀଙ୍କ ଭଳି ଖେଳାଳି ରହିଛନ୍ତି ।

ଭେଲୋସିଟି ଟିମରେ ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶୀନି ରହିଛନ୍ତି । ଆଜି ସାରା ରାଜ୍ୟର କ୍ରିକେଟ ପ୍ରେମୀଙ୍କ ନଜର ତାଙ୍କ ଉପରେ ରହିବ । ଚଳିତ ବର୍ଷ ପୁରଷ ଆଇପିଏଲ ପରି ମହିଳା ଟି-୨୦ ଚ୍ୟାଲେଞ୍ଜ ମଧ୍ୟ ୟୁଏଇରେ ଖେଳାଯାଉଛି ।