ନବରଙ୍ଗପୁରରେ ଅଭବାନୀୟ ଘଟଣା । ୫ ଦିନ ତଳେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ, ଆଜି ହସ୍ପିଟାଲର ୩ ମହଲା ଉପରୁ ଡେଇଁ କଲେ ଆତ୍ମହତ୍ୟା ।

Advertisment
ନବରଙ୍ଗପୁରରେ ଅଭବାନୀୟ ଘଟଣା । ୫ ଦିନ ତଳେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ, ଆଜି ହସ୍ପିଟାଲର ୩ ମହଲା ଉପରୁ ଡେଇଁ କଲେ ଆତ୍ମହତ୍ୟା ।

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ତୃତୀୟ ମହଲାରୁ ଡେଇଁ ଜଣେ ପ୍ରସୂତି ମହିଳା ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ପ୍ରସୂତି ଧରମ ଭତରାଙ୍କ ପତ୍ନୀ ଜେମା ଭତରା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରସୂତି ଜଣକ ଅନ୍ତସତ୍ତ୍ୱା ଥିବାରୁ ତାଙ୍କୁ ପ୍ରସୂତି ଓ୍ଵାର୍ଡର ୧୬ନମ୍ବର ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଗତ ପାଞ୍ଚଦିନ ତଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ଗୋଟିଏ ପୁଅ ଓ ଝିଅ ରହିଥିଲା। ତେବେ ଆଜି ହଠାତ ଖାଇ ସାରିବା ପରେ ତାଙ୍କ ନବଜାତ ପୁଅକୁ ଧରି ପରିଶ୍ରା ଯିବାକୁ ବାହାରିଥିଲେ। ଏହି ସମୟରେ ଡାକ୍ତରଖାନାରେ ତାଙ୍କ ସ୍ୱାମୀ, ଶାଶୁ ଓ ଅନ୍ୟମାନେ ବି ଉପସ୍ଥିତ ଥିଲେ। ତେବେ ଜେମା ଭତରାଙ୍କ ଶାଶୁ ତାଙ୍କୁ ଅଟକାଇଥିଲେ। ଏବଂ ଜେମାଙ୍କ ହାତରୁ ଶାଶୁ ଶିଶୁପୁତ୍ରକୁ ନେଇ ଯାଇଥିଲେ। ଏହାପରେ ଜେମା ପରିଶ୍ରା ଯିବାକୁ କହି ହସ୍ପିଟାଲର ତୃତୀୟ ମହଲା ଛାତରୁ ଡେଇଁ ପଡ଼ିଥିଲେ। ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe