ଦୂରଦର୍ଶନରେ ଯୌନ ନିର୍ଯ୍ୟାତନା : ବରିଷ୍ଠ ଅଧିକାରୀଙ୍କ ଉପରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ୩ ମହିଳା କର୍ମଚାରୀ

ଦୂରଦର୍ଶନରେ ଯୌନ ନିର୍ଯ୍ୟାତନା : ବରିଷ୍ଠ ଅଧିକାରୀଙ୍କ ଉପରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ୩ ମହିଳା କର୍ମଚାରୀ

source : indianexpress.com

ଦୂରଦର୍ଶନ ଟେଲିଭିଜନ୍ ନେଟୱର୍କର ୩ ଜଣ ମହିଳା କର୍ମଚାରୀ ଆଜି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। କାର୍ଯ୍ୟ ଚୁକ୍ତିର ନବୀକରଣ ଆଳରେ ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ ବୋଲି ମହିଳା କର୍ମଚାରୀମାନେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ଦୂରଦର୍ଶନ କର୍ତ୍ତୃପକ୍ଷ ତତ୍କାଳ ତଦନ୍ତ ଆରମ୍ଭ କରିଛନ୍ତି।

publive-image

ଜଣେ ମହିଳା କର୍ମଚାରୀଙ୍କ ଅଭିଯୋଗ ମୁତାବକ ୨୦୧୫ରେ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ଅଭିଯୋଗ ଆଣିଥିବା ୩ ମହିଳାଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀ ଦୂରଦର୍ଶନ ଏବଂ ଜଣେ ଭୋପାଳ ଦୂରଦର୍ଶନରେ କାର୍ଯ୍ୟରତ ଅଛନ୍ତି। ତେବେ ଠିକାରେ କାର୍ଯ୍ୟ କରୁଥିବା ଏହି ମହିଳା କର୍ମଚାରୀମାନେ ନିର୍ଯ୍ୟାତନା ସମ୍ପର୍କିତ ସବିଶେଷ ତଥ୍ୟ ଏବଂ ସମ୍ପୃକ୍ତ ଉପର ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ଦେଇନାହାନ୍ତି। ପୀଡ଼ିତାମାନଙ୍କୁ ପରାମର୍ଶ ଦେଉଥିବା ଆଇନଜୀବୀ ବରୁଣ ଭଣ୍ଡାରୀ କହିଛନ୍ତି ଯେ ସେମାନେ ଏ ବାବଦରେ ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏଥିପାଇଁ ସେମାନେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe