ନାରୀ ପାଇଁ ଦିନଟିଏ ... ସୌଖିନକୁ କ୍ୟାରିୟର୍ କରି ସଫଳତା ପାଇଥିବା ଜଣେ ନାରୀ , ଭ୍ରମଣ କରୁ କରୁ ପାଲଟିଗଲେ ସଫଳ ମହିଳା ବ୍ୟବସାୟୀ

ନାରୀ ପାଇଁ ଦିନଟିଏ ... ସୌଖିନକୁ କ୍ୟାରିୟର୍ କରି ସଫଳତା ପାଇଥିବା ଜଣେ ନାରୀ , ଭ୍ରମଣ କରୁ କରୁ ପାଲଟିଗଲେ ସଫଳ ମହିଳା ବ୍ୟବସାୟୀ

ବିଶ୍ୱ ମହିଳା ଦିବସ ଅବସରରେ ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯେ ନିଜ ପ୍ୟାଶନ୍ କୁ ପ୍ରଫେସନ୍ କରି ଆଜି ଏକ ସଫଳ ମହିିଳା ବ୍ୟବସାୟୀ ହୋଇପାରିଛନ୍ତି । ପେସାରେ ଭି.ରିସୋର୍ଟର ସିଇଓ ତଥା ଫାଉଣ୍ଡର ଥିବା ଅଦିତି ବଲବୀର ଆଜିର ସମୟରେ ନାରୀ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି । ସେ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜନେସ୍ , ହାଇଦ୍ରାବାଦର ପୂର୍ବତନ ଛାତ୍ରୀ ଅଟନ୍ତି । ଭ୍ରମଣର ଅହେତୁକ ସଉକ୍ ରଖୁଥିବା ଅଦିତିଙ୍କୁ ହୋଟେଲ୍ ଏବଂ ରିସୋର୍ଟ ବିଷୟରେ ଖୁବ୍ ଜ୍ଞାନ ରହିଛି । ୫ ବର୍ଷ ଭିତରେ ଅଦିତି ଭାରତର ୨୧ ଟି ରାଜ୍ୟର ୧୨୦ ରୁ ଅଧିକ ରିସୋର୍ଟର ବିସ୍ତାର କରିଛନ୍ତି । ଯାହାର ନେତୃତ୍ୱ ସେ ଏକାକୀ ହିଁ ସମ୍ଭାଳିଛନ୍ତି ।

publive-image

ନିକଟରେ ଋଷ୍ ର ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଆୟୋଜିତ ୨୩ ତମ ସଂସ୍କରଣରେ ଭି.ରିସୋର୍ଟ ଭାରତର ସ୍ଥାୟୀ ପର୍ଯ୍ୟଟନ ପାଇଁ ଟଘଡଞଙ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଥିଲା । ଅଦିତି ଭାରତରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ଆଇକନ୍ ସାଜିଛନ୍ତି । ସମାଜରେ ମହିଳାଙ୍କୁ ଆଗକୁ ବଢିବା ପାଇଁ ସେ ପ୍ରେରଣା ମଧ୍ୟ ଦେଇଥାନ୍ତିି । ସଫଳତା ପଛରେ ଅନେକ ଅସୁବିଧା , ବାଧାବିଘ୍ନ ଦେଖାଯାଏ କିନ୍ତୁ ଏହାକୁ ପଛରେ ପକାଇ ଆଗକୁ ବଢି ଚାଲିଲେ ହିଁ ମଣିଷ ସ୍ୱପ୍ନକୁ ପୂରଣ କରିପାରିବା କଥା କୁହନ୍ତି ଅଦିତି । ପିଲାଦିନରୁ ହିଁ ଅଦିତି ଭ୍ରମଣ ସୌଖିନ ସେ ଏଯାବତ୍ ୫ ଟି ମହାଦ୍ୱୀପର ୧୩୫ ଟି ସହର ବୁଲି ସାରିଲେଣି । ନିଜ ପିଲାଦିନର ପ୍ରେମ ଭ୍ରମଣକୁ ହିଁ ସେ କ୍ୟାରିୟର୍ କରିଥିଲେ ଏବଂ ୨୦୧୪ ରେ ସେ ଭି.ରିସୋର୍ଟର ସିଇଓ ହୋଇଥିଲେ । ନିଜ ଅନ୍ତର୍ନିହିତ ଗୁଣାବଳୀକୁ ପରଖି ତାହାକୁ କ୍ୟାରିୟର୍ କଲେ ଜଣେ ମହିଳା ନିଶ୍ଚିତ ଆଗକୁ ଯାଇପାରିବେ ବୋଲି କୁହନ୍ତି ଅଦିତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe