ମହିଳାମାନଙ୍କର ବିଳମ୍ବରେ ଉଠିବା ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକର ହୋଇଥାଏ ! କାହିଁକି ଜାଣନ୍ତୁ । 

ମହିଳାମାନଙ୍କର ବିଳମ୍ବରେ ଉଠିବା ସ୍ୱାସ୍ଥ୍ୟ ପ୍ରତି ଖୁବ୍ ହିତକର ହୋଇଥାଏ ! କାହିଁକି ଜାଣନ୍ତୁ । 

source : Sarah Scoop

ପରିବାରରେ ସାଧାରଣତଃ ମହିଳାମାନେ ଶୀଘ୍ର ଶଯ୍ୟାତ୍ୟାଗ କରନ୍ତି। କିନ୍ତୁ, ଗବେଷଣାରୁ ଜଣାପଡ଼ିଛି ଯେ, ମହିଳାମାନେ ଡେରିରେ ଶଯ୍ୟା ଛାଡ଼ିଲେ ସେମାନଙ୍କୁ ମଧୁମେହ ହେବାର ଆଶଙ୍କା କମିଯାଏ। କିନ୍ତୁ, ଏ କଥା ପୁରୁଷମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ପୁରୁଷମାନେ ଡେରି ଯାଏଁ ବିଛଣାରେ ଶୋଇ ରହିଲେ ସେମାନଙ୍କର ମଧୁମେହ ରୋଗ ହେବାର ଆଶଙ୍କା ବଢିଯାଏ।

publive-image

ଶୟନ ଓ ମଧୁମେହ ଭିତରେ ଥିବା ସମ୍ପର୍କ ସମ୍ବନ୍ଧରେ ଅଧିକ ଜାଣିବାକୁ ଏକ ଡଚ୍ ଗବେଷକ ଦଳ ୮୦୦ ସୁସ୍ଥ ମଧ୍ୟ-ବୟସ୍କ ପୁରୁଷ ଓ ମହିଳାଙ୍କ ଉପରେ ଅଧ୍ୟୟନ କରି ଏ କଥା କହିଛନ୍ତି। ଅଧ୍ୟୟନ ପାଇର୍ ବଛାଯାଇଥିିବା ଲୋକଙ୍କ ନିଦ୍ରା ଉପରେ ନିଘା ରଖିବାକୁ ଏବଂ ସେମାନଙ୍କ ଶରୀର ବ୍ୟବହାର କରୁଥିବା ଇନ୍ସୁଲିନ ଉକ୍ତ ଶର୍କରା ନିୟନ୍ତ୍ରଣ କରି ମଧୁମେହ ବିକାଶରେ ବାଧକ ସାଜୁଥିବା ହରମୋନ୍ ଆଦି ପରୀକ୍ଷା କରିବାକୁ ଗବେଷକମାନେ ସେମାନଙ୍କୁ ଏକ ଯନ୍ତ୍ର ପିନ୍ଧାଇଥିଲେ। ଉଲ୍ଲେଖଯୋଗ୍ୟ, ଟାଇପ୍ ଟୁ ମଧୁମେହ ଭୋଗଥିବା ଲୋକଙ୍କ ଶରୀର ଯଥେଷ୍ଟ ଇନ୍ସୁଲିନ ତିଆରି କରେ ନାହିଁ। ଯାହା କିଛି ଇନ୍ସୁଲିନ୍ ତିଆରି ହୋଇଥାଏ, ତାକୁ ବ୍ୟବହାର କରିବାକୁ ସଂଘର୍ଷ କରେ। ତେଣୁ ରକ୍ତ ଶର୍କରା ବଢିଯାଏ।

publive-image

ଅଧ୍ୟୟନ ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କୁ ୭ ଘଣ୍ଟା ୧୮ ମିନିଟ୍ ଶୋଇବାକୁ କୁହାଯିବାରୁ ସେମାନଙ୍କ ଦେହରେ ଉପରୋକ୍ତ ଲକ୍ଷଣ ଦେଖାଗଲା। କିନ୍ତୁ ମହିଳାମାନଙ୍କୁ ଏହାଠୁ ଅଧିକ ସମୟ ଶୋଇବାକୁ କୁହାଯିବାରୁ ଦେଖାଗଲା, ସେମାନଙ୍କ ଶରୀର ଇନ୍ସୁଲିନ୍ର ଉତ୍ତମ ବ୍ୟବହାର କରୁଛି। ଅର୍ଥାତ୍ ସେମାନେ ଯେତେ ଅଧିକ ସମୟ ଶୋଇଲେ ହରମୋନ୍ ତାଙ୍କ ଶରୀରରେ ସେତେ ଭଲ କାମ କଲା। ଫଳରେ ତାଙ୍କଠାରେ ମଧୁମେହ ହେବାର ଆଶଙ୍କା ରହିଲା ନାହିଁ। ବିନିଦ୍ର ରହିଲେ ମଧ୍ୟ ମହିଳାମାନଙ୍କ ଶରୀର ଇନ୍ସୁଲିନର ଉତ୍ତମ ଉପଯୋଗ କରେ। ତେଣୁ ଶୋଇପଡ଼ନ୍ତୁ ବା ଚେଇଁ ରୁହନ୍ତୁ-ଉଭୟ ସେମାନଙ୍କ ପାଇଁ ଲାଭଦାୟକ। କିନ୍ତୁ, ପୁରୁଷମାନଙ୍କ କ୍ଷେତ୍ରରେ ଏହା ବିପରୀତ। ଅତି ବେଶୀ କି, ଅତି କମ୍ ଶୋଇଲେ ପୁରୁଷମାନଙ୍କ ଶରୀର ଇନ୍ସୁଲିନ୍ ପ୍ରତି କ୍ରିୟାଶୀଳ ହୁଏ ନାହିଁ। ଫଳରେ ଶରୀର ଗ୍ଲୁକୋଜ୍ ବ୍ୟବହାର କରି ନପାରି ଭବିଷ୍ୟତରେ ମଧୁମେହ ହେବାର ଆଶଙ୍କା ବଢାଇ ଦିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe