ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍ । ସଂସଦର ଉଭୟ ଗୃହରେ ମହିଳା ପାଇଁ ରହିଛି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

186

କନକ ବ୍ୟୁରୋ : ଏଣିକି ନେତା ବନିବେ ଅଧିକ ମହିଳା । ଏହି ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସଂପର୍କିତ ବିଲକୁ ଆଜି ସଂସଦରେ ଆଗତ କରାଯାଇଛି । ନୂଆ ସଂସଦ ଭବନରେ ଚାଲିଥିବା ସ୍ୱତନ୍ତ୍ର ଅଧିବେସନରେ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଗତକାଲି ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଲୋକସଭାରେ ଆଗତ ହେବା ପରେ ବିରୋଧୀ ମଧ୍ୟ ଏହାକୁ ଏକ ସ୍ୱରରେ ସମର୍ଥନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି    । ମହିଳା ସଶକ୍ତିକରଣ ଓ ମହିଳାଙ୍କୁ ନେତୃତ୍ୱ କ୍ଷେତ୍ରରେ ଏହି ସମ୍ବିଧାନ ସଂଶୋଧନ ବିଲ ବିଶେଷ ସହାୟକ ହେବ ବୋଲି ମୋଦୀ ଦୃଢୋକ୍ତି କରିଛନ୍ତି । ଏହା ଗଣତନ୍ତ୍ରକୁ ଅଧିକ ସୃଦୃଢ କରିବ ବୋଲି କହିଛନ୍ତି ମୋଦୀ ।

ନଜର ପକାଇବା କେନ୍ଦ୍ର ସରକାରଙ୍କ ପ୍ରସ୍ତିବିତ ମହିଳା ସଂରକ୍ଷଣ ବିଲରେ କଣ ସବୁ ବ୍ୟବସ୍ଥା ରହିଛି ।

-ଲୋକସଭାରେ ଆଗତ ହୋଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’
-ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ସଂରକ୍ଷଣ ପାଇଁ ବ୍ୟବସ୍ଥା
-ସଂସଦର ଉଭୟ ଗୃହର ଅନୁମୋଦନ ପରେ ଆଇନରେ ପରିଣତ ହେବ
-ଆଇନରେ ପରିଣତ ହେଲେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୮୧ ହେବ
-ବର୍ତ୍ତମାନ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୮୨ ରହିଛି
-୨୦୦୮ରେ ମନମୋହନ ସିଂହ ସରକାର ମହିଳା ସଂରକ୍ଷଣ ବିଲ ଆଣିଥିଲେ
-୨୦୧୦ରେ ମନମୋହନ ସରକାର ରାଜ୍ୟସଭାରେ ବିଲ୍ ପାସ କରିଥିଲେ
-ଲୋକସଭାରେ ସଂଖ୍ୟା ନଥିବାରୁ ବିଲ୍ ପାସ ହୋଇପାରିନଥିଲା
-ମହିଳା ସଂରକ୍ଷଣ ବିଲ ପାସ କରିବାରେ ୨୭ ବର୍ଷରେ ୪ ସରକାର ଫେଲ ମାରିଛନ୍ତି
-ବିଜେପି ଏଜେଣ୍ଡାରେ ମହିଳା ସଂରକ୍ଷଣ ବିଲ୍ ଅଛି
-ବାଜପେୟୀ ସରକାର ସମୟରେ ଏହାକୁ ପାସ କରିବାକୁ ଉଦ୍ୟମ ହୋଇଥିଲା
-ବହୁମତ ଅଭାବରୁ ବିଲ୍ ପାସ ହୋଇପାରିନଥିଲା
-୨୦୧୯ରେ ବିଜେପି ଇସ୍ତାହାରରେ ମହିଳା ସଂରକ୍ଷଣ ବିଲ୍ ଥିଲା
-୨୦୧୯ ତଥ୍ୟ ଅନୁସାରେ ଦେଶରେ ୪୪ କୋଟି ମହିଳା ଭୋଟର
-୨୦୧୯ ନିର୍ବାଚନରେ ବିଜେପିକୁ ୩୭ ପ୍ରତିଶତ ଓ କଂଗ୍ରେସକୁ ୨୦ ପ୍ରତିଶତ ମହିଳାଙ୍କ ସମର୍ଥନ ମିଳିଥିଲା