ମୃତ୍ୟୁ ସହ ୧୨ ଘଣ୍ଟା ! ୩୦ ଫୁଟିଆ କୂଅ ଭିତରେ ସାରାରାତି ଛଟପଟ ହେଲେ ବୃଦ୍ଧା

Advertisment
ମୃତ୍ୟୁ ସହ ୧୨ ଘଣ୍ଟା ! ୩୦ ଫୁଟିଆ କୂଅ ଭିତରେ ସାରାରାତି ଛଟପଟ ହେଲେ ବୃଦ୍ଧା

କନକ ବ୍ୟୁରୋ : କଥାରେ ଅଛି-ଯାହାକୁ ରଖିବେ ଅନନ୍ତ, କି କରିପାରିବ ବଳବନ୍ତ । ଠିକ୍ ଏଭଳି ଏକ ଘଟଣାଟିଏ ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ । ୩୦ ଫୁଟ୍ ଗଭୀର କୁଅରେ ଫଶି ରହିଥିବା ମହିଳାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସାରା ରାତି କୁଅ ଭିତରେ ଛଟପଟ ହେବା ପରେ ଉଦ୍ଧାର ହୋଇଛନ୍ତି ମହିଳା ।

publive-imageଜୀବନ-ମୃତ୍ୟୁର ଦୋଛକିରେ ଛନ୍ଦି ହୋଇଥିବା ମହିଳାଙ୍କୁ ମିଳିଛି ନୂଆ ଜୀବନ । ଆଶା-ଆଶଙ୍କା ଭିତରେ ଦୀର୍ଘ ୧୨ଘଂଟା ଧରି ଫଶି ରହିଥିବା ମହିଳାଙ୍କୁ ମିଳିଛି ମୁକ୍ତିର ଆନନ୍ଦ । ପ୍ରାୟ ୩୦ଫୁଟ୍ ଗଭୀର ପରିତକ୍ତ୍ୟ କୁଅରେ ରାତି ସାରା ଛଟପଟ ହେଉଥିବା ମହିଳା ଜଣକ ସବୁ ଆଶା ଛାଡ଼ି ଦେଇଥିବା ବେଳେ ଦେବଦୂତ ହୋଇ ପହଞ୍ଚଥିଲେ ଜଣେ ବ୍ୟକ୍ତି ।ସାରା ରାତି କୁଅ ଭିତରେ ଛଟପଟ ହେବା ପରେ ସକାଳୁ ସ୍ଥାନୀୟ ବାସିନ୍ଦାଙ୍କ ନଜର ଆସିଥିଲେ ଏହି ମହିଳା । ତୁରନ୍ତ ଅଗ୍ନିଶମ ବିଭାଗକୁ ଘଟଣା ସଂପର୍କରେ ସୂଚନା ଦିଆଯାଇଥିଲା । ଆଉ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ

ଘଟଣାଟି ଘଟିଥିଲା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଭଗାମୁଣ୍ଡା ଗାଁରେ । ଯାଜପୁର ଜିଲ୍ଲା ଶଗଡ଼ଗୁଡ଼ା ଗାଁର ୪୫ ବର୍ଷିୟ ସୀତା ହେମ୍ବ୍ରମ୍୍ ଝିଅଘରକୁ ଯାଉଥିବା ବେଳେ ଘଟିଥିଲା ଏହି ଅଘଟଣ । ବସରୁ ଓହ୍ଲାଇ ଯାଉଥିବା ବେଳେ ଅଚାନକ୍ ବହୁ ଜୋରରେ ଝଡ଼ତୋଫାନ୍ ଆସିଥିଲା । ଆଉ ଏହି ମହିଳା ଜଣକ ବାଟହୁଡ଼ି ଯାଇ ଏହି କୁଅରେ ପଡ଼ିଯାଇଥିଲେ । ଆଉ ରାତି ସାରା ମୃତ୍ୟୁ ସହ ସଂଗ୍ରାମ କରିବା ସକାଳୁ ଉଦ୍ଧାର ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe