କନକ ବ୍ୟୁରୋ: ତାତିଲେ ମହିଳା । ଏକାଠି ହୋଇ ବିରୋଧ କଲେ । ପୁରୀ କଣାସର ଶହଶହ ମହିଳା ଏକାଠି ହୋଇ ମଦ ଆଉ ଧଳା ଜହର କାରବାର ଉପରେ ଲଗାଇଛନ୍ତି ରୋକ୍ । ବର୍ଷାକୁ ବି ଖାତିର ନକରି ଏକାଠି ହୋଇ କରିଛନ୍ତି ପ୍ରତିବାଦ । ଗାଁ ଭିତରେ ନିଶା କାରବାର ବଢିଚାଲିଥିବା ବେଳେ ଏବେ ଗାଁ ଯେମିତି ନିଶାର ଆଡ଼ାସ୍ଥଳୀ ପାଲଟିଗଲାଣି । ଏହି ସମସ୍ୟା ନେଇ ପ୍ରତିଥର ମହିଳା ମାନେ ଚେତାବନୀ ଦେଇଚାଲିଥିବା ବେଳେ କୌଣସି ସମାଧାନ ହୋଇନଥିଲା । ଶେଷରେ ଗାଁ ମହିଳା ଏକାଠି ହୋଇ ଏହି ପ୍ରତିବାଦ କରିଛନ୍ତି । ବର୍ଷାରେ ଭିଜି ନିଶାକାରବାର ଉପରେ ରୋକ ଲଗେଇବାକୁ ତାଗିଦ୍ କରିଥିବା ବେଳେ ବନ୍ଦ ନହେଲେ ଜୋରଦାର ଆନ୍ଦୋଳନ ସହ ନିଆଁ ଲଗାଇବାର ଦେଇଛନ୍ତି ଚେତାବନୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us