ମହିଳା ପ୍ରିମିୟର ଲିଗ ଆରମ୍ଭରୁ ବିବାଦ, ଖେଳାଳିଙ୍କ ଟୁର୍ଣ୍ଣାମେଣ୍ଟରୁ ହଟିବା ନେଇ ଉଠିଲା ପ୍ରଶ୍ନ ।

1,517

କନକ ବ୍ୟୁରୋ: ମହିଳା ପ୍ରିମିୟର ଲିଗର ଶୁଭାରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଜାଏଣ୍ଟସକୁ ମାତ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛି । ତେବେ ସିଜିନର ଆରମ୍ଭରୁ ହିଁ ବିବାଦ ଆରମ୍ଭ ହୋଇଯାଇଛି । ତେବେ ଏହାକୁ ନେଇ ଗୁଜରାଟ ପକ୍ଷରୁ ବିବୃତି ମଧ୍ୟ ଜାରି କରାଯାଇଛି ।

ସୂଚନା ଅନୁସାରେ ୱେଷ୍ଟଇଣ୍ଡିଜର ଖେଳାଳୀ ଡିଏଣ୍ଡ୍ରା ଡଟିନ ମହିଳା ପ୍ରିମିୟର ଲିଗରେ ସାମିଲ ହୋଇପାରିନଥିଲେ । ତାଙ୍କୁ ଗୁଜରାଟ ଜାଏଣ୍ଟ ୬୦ ଲକ୍ଷ ଟଙ୍କାରେ କିଣିଥିଲା । ତେବେ ଟୁର୍ଣ୍ଣାମେଣ୍ଟର ଆରମ୍ଭ ଠିକ ପୂର୍ବରୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳୀ ନିଜ ଦଳରେ ସାମିଲ କରିଛି । ଗୁଜରାଟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ଡିଏଣ୍ଡ୍ରା ଡଟିନ ଫିଟ ହୋଇନାହାନ୍ତି ଏବଂ ସେ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ ।

ତେବେ ଡିଏଣ୍ଡ୍ରା ଏଭଳି କଥାକୁ ଖଣ୍ଡନ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ । ତାଙ୍କ ବାବଦରେ ଏଭଳି କଥାକୁ ବିଶ୍ୱାସ କରନ୍ତୁ ନାହିଁ । ଡିଏଣ୍ଡ୍ରା ଡଟିନ ଟ୍ୱିଟ କରି ଆହୁରି ମଧ୍ୟ ଲେଖିଛନ୍ତି, ମୋ ପାଖକୁ ଯାହା ଖବର ଆସିଛି ତାକୁ ନେଇ ମୁଁ ଧନ୍ୟବାଦ ଜଣାଉଛି । ତେବେ ସତ କିଛି ଅଲଗା ।

ପରେ ପୁଣି ଥରେ ଗୁଜରାଟ ଜାଏଣ୍ଟସ ବୟାନ ଜାରିକରିଛି । ଦଳ ପକ୍ଷରୁ କୁହାଯାଇଛି ଡିଏଣ୍ଡ୍ରା ଡଟିନ ଜଣେ ଭଲ ଖେଳାଳୀ । ଦଳ ପାଇଁ ତାଙ୍କର ଭୂମିକା ମଧ୍ୟ ବେସ ଗୁରୁତ୍ୱପୂର୍ଣ୍ଣ । ଆମକୁ ସମୟ ପୂର୍ବରୁ ତାଙ୍କର ମେଡିକାଲ କ୍ଲିଅରାନ୍ସ ମିଳିଲା ନାହିଁ । ମହିଳା ଆଇପିଏଲରେ ସାମିଲ ହେବା ପାଇଁ ଖେଳାଳୀଙ୍କ ପାଇଁ ଏହା ଆବଶ୍ୟକ ହୋଇଥାଏ । ଆମେ ଆଶା କରୁଛୁ ଆଗାମୀ ସିଜିନରେ ସେ ଆମ ସହ ପୁଣି ସାମିଲ ହେବେ ।