କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-ଥ୍ରୀ ସଫଳତାର ସହ ଅବତରଣ କରିଛି । ଦେଶ ପାଇଁ ଗର୍ବ ଓ ଗୌରବର କଥା । ସାରା ବିଶ୍ୱରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ନିଜ ନାଁକୁ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହୋଇଛି । ତେବେ ଏହି ଅଭିଯାନ ଏମିତି କିଛି ବ୍ୟକ୍ତି ବିଶେଷ ରହିଛନ୍ତି ଯେଉଁମାନଙ୍କ ଅବଦାନ ଅତୁଳନୀୟ, ଅବର୍ଣ୍ଣନୀୟ । ଏମାନଙ୍କ ଭିତରେ ରହିଛନ୍ତି କିଛି ମହିଳା ପ୍ରତିଭା, ଶକ୍ତି । ଯାହାଙ୍କୁ କୁହାଯାଉଛି ଇସ୍ରୋର ରକେଟ ୱମ୍ୟାନ୍ । ଆସନ୍ତୁ ନଜର ପକାଇବା କିଏ ସେମାନେ । ସେମାନଙ୍କ ଭୂମିକା କଣ ରହିଥିଲା? କେମିତି ଭାରତର ଏହି ସବୁଠୁ ବଡ ସ୍ପେଶ ମିଶନ ସହ ସେମାନେ ଯୋଡ଼ି ହୋଇଥିଲେ ।
ରିଙ୍କୁ ଅଗ୍ରୱାଲ. ହର୍ଷିତା ତୋଲାନୀ, ମାଧବୀ ଠାକରେ. ଶ୍ୱେତା କିରକିରେ, ଜଳଶ୍ରୀ ଦେଶାଇ । ଏହି ୫ଜଣଙ୍କୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ ଚନ୍ଦ୍ରଯାନ ଥ୍ରୀ ମିଶନ ଏମାନଙ୍କ ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ବେଶ ସଫଳତାର ସହ ନିଜ ଦାୟିତ୍ୱ ସମ୍ପନ୍ନ କରିଛନ୍ତି ଏହି ୫ଜଣ ମହିଳା ଇସ୍ରୋ ବୈଜ୍ଞାନିକ ।
ରିଙ୍କୁ ଓ ହର୍ଷିତା ଇସ୍ରୋର ସ୍ପେଶ ଆପ୍ଲିକେସନ ସେଂଟରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି । ଏମାନେ ଚନ୍ଦ୍ରଯାନ ଥ୍ରୀର ମାଇକ୍ରୋ ରିମୋଟ ସେନସିଙ୍ଗ ଏରିଆ ବା ଏମଆରଏସ୍ ୍ସହିତ ସମ୍ପୃକ୍ତ ଥିଲେ । ଚନ୍ଦ୍ରଯାନ-ଥ୍ରୀ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ମ୍ୟାପିଙ୍ଗ ନିମନ୍ତେ ଏମଆରଏସର ବ୍ୟବହାର କରାଯାଇଛି । ଏହା ଦ୍ୱାରା ବିକ୍ରମ ଲ୍ୟାଣ୍ଡର ସୁରକ୍ଷିତ ସ୍ଥାନକୁ ବାଛିବା ସହ ଅବତରଣ କରିଥିଲା । ମାଧବୀ ଠାକରେ ହାଜାର୍ଡ ଡିଟେକ୍ସନ ଆଣ୍ଡ ଆଡାଭାନ୍ସ ସପ୍ଟୱେୟାର ସିଷ୍ଟମ ସହ ଜଡିତ ଥିଲେ । ଶ୍ୱେତା ଓ ଜଳଶ୍ରୀ ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା ଏଲପିଡିସି ବିଭାଗ ପାଇଁ କାମ କରିଛନ୍ତି ।
ଜୁଲାଇ-୧୪ ତାରିଖରେ ଚନ୍ଦ୍ରଯାନ-୩ର ସଫଳ ଲଚିଂ ପରେ ଏହା ପଛର ଚେହେରାଙ୍କୁ ଚିହ୍ନାଇ ଦେଇଥିଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ଯେଉଁ ବୈଜ୍ଞାନିକମାନେ ରାତି-ଦିନ ଏକ କରି ଭାରତର ମୁନ୍ ମିଶନକୁ ସଫଳ କରିବାରେ ଲାଗିପଡିଥିଲେ । ଚନ୍ଦ୍ରଯାନ-୩ ପ୍ରୋଜେକ୍ଟ ଡାଇରେକ୍ଟର ପି. ବୀରମୁଥୁଭେଲ, ଆସୋସିଏଟ ପ୍ରୋଜେକ୍ଟ ଡାଇରେକ୍ଟର କଳ୍ପନା କାଲାହସ୍ତୀ, ଚନ୍ଦ୍ରଯାନ-୩ ମିଶନ୍ ଡାଇରେକ୍ଟର ମୋହନା କୁମାର ଏବଂ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ଚନ୍ଦ୍ରଯାନ-୩କୁ ସଫଳ କରିବା ପଛରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବଂ ତାସହ ଜଡିତ ଏକାଧିକ ସଂସ୍ଥାର ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛିା
ରିତୁ କାରିଧାଲ
ବରିଷ୍ଠ ବୈଜ୍ଞାନିକ,ଚନ୍ଦ୍ରଯାନ-୩
- ଇସ୍ରୋର ବରିଷ୍ଠ ମହାକାଶ ବିଜ୍ଞାନୀ ରିତୁ କାରିଧାଲ
- ଦେଶରେ ରକେଟ୍ ୱିମାନ ଭାବେ ଲୋକପ୍ରିୟ
- ରିତୁ କାରିଧାଲଙ୍କ ମହାକାଶ ବିଜ୍ଞାନ କ୍ଷେତ୍ରରେ ଦୀର୍ଘ ଦିନର ଅଭନୁଭବ ରହିଛି
- ‘ଚନ୍ଦ୍ରଯାନ-୨’ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥଲେ ରିତୁ
- ଉତ୍ତରପ୍ରଦେଶରେ ଜନ୍ମିତ ରିତୁ ଏରୋସ୍ପେଶ ଇଂଜିନିୟର ଶିକ୍ଷାଲାଭ କରିଥିଲେ
- ୧୯୯୭ରେ ଇସ୍ରୋରେ ଯୋଗଦେଇଥିଲେ ରିତୁ
କଳ୍ପନା କାଲାହସ୍ତୀ
ବରିଷ୍ଠ ବୈଜ୍ଞାନିକ. ଚନ୍ଦ୍ର୍ରଯାନ-୩
-ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ
-୨୦୦୦ ମସିହାରେ ଇସ୍ରୋରେ ସାମିଲ ହୋଇଥିଲେ
-ଶ୍ରୀହରିକୋଟା ସ୍ପେଶ ସେଂଟରରେ ୫ବର୍ଷ ଧରି କାର୍ଯ୍ୟ କରିଥିଲେ
-ଆଇଆଇଟି ଖଡ଼ଗପୁରରୁ ଏରୋନେଟିକାଲ ଇଞ୍ଜିନିୟର ଶିକ୍ଷାଲାଭ କରିଥିଲେ
-ଚନ୍ଦ୍ରଯାନ ଥ୍ରୀର ଆସୋସିଏଟ ପ୍ରୋଜେକ୍ଟ ଡାଇରେକ୍ଟର
-ଗତ ୪ବର୍ଷ ହେବ ମିଶନ ଚନ୍ଦ୍ରାଯାନ ଥ୍ରୀ ମିଶନର ଯୋଡିଥିଲେ
-ଚନ୍ଦ୍ରଯାନ ୨ରେ ମଧ୍ୟ ସାମିଲ ଥିଲେ
ଅଗଷ୍ଟ ୨୩ ଦିନ ଚନ୍ଦ୍ରଯାନ ଥ୍ରୀର ସଫଳ ଅବତରଣ ପରେ ଇସ୍ରୋ ମୁଖ୍ୟାଳୟର କିଛି ଦୃଶ୍ୟ ବେଶ ଭାଇରାଲ ହୋଇଥିଲା । ଇସ୍ରୋ ଯେଉଁ ମହିଳା ବୈଜ୍ଞାନିମାନଙ୍କ ଦକ୍ଷତା, ସାହସ, ବୁଦ୍ଧି, ପରିଶ୍ରମ ଓ ଅବଦାନ ଯୋଗୁଁ ଆଜିର ଦିନରେ ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚିପାରିଛି ସେମାନଙ୍କୁ ଭାରତର ପାରମ୍ପାରିକ ପୋଷାକ ଶାଢୀ ବେଶଭୂଷାରେ ଦେଖିବାକୁ ମିଳିିଥିଲା । ବିଜ୍ଞାନ ଓ ସଂସ୍କୃତିକୁ ଏକାଠି ନେଇ ଚାଲିଥିବା ଏହି ମହିଳା ବୈଜ୍ଞାନିକ ଓ ଇଂଜିନିୟରମାନଙ୍କୁ ଯେତେ ପ୍ରଶଂସା କଲେ ବି କମ ପଡିବ ।