ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ: ତେଜସ ବିମାନ, ରୋହିନୀ ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ

ଏମଆଇ-୧୭ ଭି-୫ ବିମାନ ଉଡାଇଲେ ସ୍ୱାତୀ ରାଠୋଡ

95

କନକ ବ୍ୟୁରୋ: ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଛି ରାଫେଲ ଲଢୁଆ ବିମାନ । ସେହିପରି ଟି-୯୦ ଭିଷ୍ମ ଟ୍ୟାଙ୍କ, ବ୍ରହ୍ମୋସ ମିଶାଇଲ, ପିନାକ ମଲଟି ଲଂଚର ରକେଟ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଶକ୍ତି ପ୍ରଦର୍ଶନ କରିଛି ସେନା । ପ୍ରଥମ ଥର ପାଇଁ ବାଂଲାଦେଶର ୧୨୨ ସଦସ୍ୟ ବିଶିଷ୍ଟ ସେନା ମଧ୍ୟ ଏଥର ପରେଡରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ପରେଡ ଉତ୍ସବ ପରେ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ, ପ୍ରତିରକ୍ଷା ମନ୍ତ୍ରାଳୟର ୬, ଅନ୍ୟ ମନ୍ତ୍ରାଳୟ ଓ ଅର୍ଦ୍ଧ ସୈନିକ ବଳର ୯ ସହ ମୋଟ ୩୨ଟି ପ୍ରଜ୍ଞାପନ ମେଢରେ ଦେଶର ସମୃଦ୍ଧ ସାଂସ୍କୃତିକ ପ୍ରତୀକ, ଆର୍ଥିକ ଉନ୍ନତି ଓ ସୈନ୍ୟ ଶକ୍ତି ପ୍ରଦର୍ଶିତ ହୋଇଛି ।  ଏଥିସହିତ ଆଜି ସାଧାରଣତନ୍ତ୍ର ଦିବସ ପରେଡ ସମାରୋହରେ ଦେଖିବାକୁ ମିଳିଥିଲା ଦୁଇ ଭାରତୀୟ ମହିଳାଙ୍କ ପରାକ୍ରମର ଝଲକ । ଚଳିତ ବର୍ଷ ପରେଡରେ  ପ୍ରଥମ ମହିଳା ଫାଇଟର ପାଇଲଟ ସାମିଲ ହୋଇଥିବା ବେଳେ ପ୍ରଥମ ମହିଳା ପାଇଲଟ୍ ସାମିଲ ହୋଇଛନ୍ତି ।


• ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ପ୍ରଥମ ମହିଳା ଫାଇଟର ପାଇଲଟ
• ବାୟୁସେନା ପରେଡର ନେତୃତ୍ୱ ନେଲେ ୨୮ ବର୍ଷୀୟ ଭାବନା କାନ୍ତ
• ତେଜସ ବିମାନ,ରୋହିନି ରାଡାର୍ସ ପରେଡର ନେଲେ ନେତୃତ୍ୱ
• ବ୍ରହ୍ମୋସ ମିଜାଇଲ ଓ ଲଢୁଆ ହେଲିକପ୍ଟର ରୁଦ୍ରର ନେଲେ ନେତୃତ୍ୱ
• ୨୦୧୬ରେ ବାୟୁସେନାର ଲଢୁଆ ବିମାନ ସ୍କ୍ୱାର୍ଡରେ ହେଲେ ସାମିଲ
• ମିଗ୍-୨୧ ବାଇସନ ଲଢୁଆ ବିମାନ ଉଡାନ୍ତି ଭାବନା
• ବିହାର ଦରଭଙ୍ଗାର ଝିଅ ଭାବନା ଇଂଜିନିୟରିଂରେ ଗ୍ରାଜୁଏଟ
• ୨୦୨୦ରେ ନାରୀ ଶକ୍ତି ପୁରସ୍କାରରେ ହୋଇଥିଲେ ସମ୍ମାନିତ • ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ପ୍ରଥମ ମହିଳା ପାଇଲଟ
• ପରେଡରେ ସାମିଲ ହେଲେ ୨୮ ବର୍ଷୀୟ ସ୍ୱାତୀ ରାଠୋଡ୍
• ୨୦୧୪ରେ ବାୟୁସେନା ପାଇଲଟ ଭାବେ ଯୋଗଦେଇଥିଲେ
• ରାଜସ୍ଥାନ ନଗଉର ଜିଲ୍ଲାର ଝିଅ ସ୍ୱାତୀ ରାଠୋଡ୍
• ୨୦୧୮ କେରଳ ବନ୍ୟାରେ ଉଦ୍ଧାରକାମରେ ହୋଇଥିଲେ ସାମିଲ
• ୨୦୨୦ ଅକ୍ଟୋବର ୮ରେ ବାୟୁସେନା ଦିବସ ପରେଡରେ ନେଇଥିଲେ ଭାଗ
• ପରେଡରେ ଏମଆଇ-୧୭ ଭି୫ ବିମାନ ଉଡାଇଲେ ସ୍ୱାତୀ ରାଠୋଡ୍