ତାଲିବାନ୍ ବୁର୍ଖା ଆଦେଶକୁ ବିରୋଧ କରି ବହୁସଂଖ୍ୟକ ଆଫଗାନ ନାରୀ ପାରମ୍ପରିକ ଆଫଗାନୀ ବେଶପୋଷାକ ପିନ୍ଧା ନିଜ ନିଜର ଫଟୋ ପୋଷ୍ଟ୍ କରି ‘ଅନ୍ଲାଇନ୍ ଅଭିଯାନ’ ଆରମ୍ଭ କରିଛନ୍ତି।
ମୁଷ୍ଟିମେୟ ମହିଳାଙ୍କଦ୍ବାରା ଆରମ୍ଭ ହୋଇଥିବା ଆଫଗାନ ସଂସ୍କୃତି ଅଭିଯାନ (The #AfghanistanCulture campaign) ସମ୍ପ୍ରତି ଆଫଗାନିସ୍ତାନ ଏବଂ ବିଦେଶରେ ଅବସ୍ଥାନ କରୁଥିବା ମହିଳାଙ୍କ ଟୁଇଟ୍ର୍ରେ ବହୁସଂଖ୍ୟକ ନାରୀଙ୍କୁ ଏକତ୍ର କଲାଣି। ନାରୀମାନଙ୍କ ମୁଖମଣ୍ଡଳ ଏବଂ ସମ୍ପୂର୍ଣ୍ଣ ଶରୀରକୁ ଆବୃତ କରି ରଖୁଥିବା ବୁର୍ଖା ବିରୋଧରେ ପ୍ରତିବାଦ ଦର୍ଶାଇ ସେମାନେ ପାରମ୍ପରିକ ଆଫଗାନ୍ ବେଶପୋଷାକ ପିନ୍ଧିଥିବା ଆପଣାର ଫଟୋ ପୋଷ୍ଟ୍ କରୁଛନ୍ତି।
ଏହି ‘ଆଫ୍ଗାନିସ୍ତାନ୍ କଲ୍ଚର୍’ ଟ୍ରେଣ୍ଡ୍ରେ ‘ଆଫଗାନ୍ ୱିମିନ୍’ ଏବଂ ‘ଡୁ ନଟ୍ ଟଚ୍ ମାଇଁ କ୍ଲୋଦ୍ସ୍’ ଯୋଗ ଦେଇ ମହିଳାଙ୍କ ବେଶପୋଷାକ ଉପରେ ତାଲିବାନ୍ର ସଂକୀର୍ଣ୍ଣ ମନୋଭାବପୂର୍ଣ୍ଣ ନିଷେଧାଦେଶ ବିରୋଧୀ ଆନ୍ଦୋଳନକୁ ଆହୁରି ତେଜିୟାନ୍ କରିଛନ୍ତି।
ନାରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପାରମ୍ପରିକ ବେଶପଟାରେ ବଳାଗଣ୍ଠି ପର୍ଯ୍ୟନ୍ତ ଆବୃତ କରି ରଖୁଥିବା ପୋଷାକମାନ ରହିଛି। ମୁଣ୍ଡକୁ ଢାଙ୍କିବା ନିମନ୍ତେ ନାରୀମାନେ ଓଢ଼ଣି ଭଳି କପଡ଼ା ମଧ୍ୟ ବାନ୍ଧନ୍ତି। କିନ୍ତୁ, ଗତଥର ଶାସନ କ୍ଷମତାକୁ ଆସିଥିବା ତାଲିବାନ୍ ବୁର୍ଖା ପିନ୍ଧା ଆଦେଶ ଜାରି କରିଥିଲା। ଏଥର ଅଗଷ୍ଟ ୧୫ରେ ପୁନଶ୍ଚ ଆଫଗାନିସ୍ତାନକୁ ନିୟନ୍ତ୍ରଣାଧୀନ କରିଥିବା ତାଲିବାନ୍ ନେତାମାନେ ସେହି ଆଦେଶ ପ୍ରଚଳନ କଲେଣି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/afghan_culture-750x430-1.jpg)