ରକ୍ଷା ମନ୍ତ୍ରାଳୟର ବଡ ନିଷ୍ପତ୍ତି : ମହିଳାଙ୍କୁ ସେନାର ୧୦ଟି ବିଭାଗରେ ମିଳିବ ସ୍ଥାୟୀ ନିଯୁକ୍ତି 

ରକ୍ଷା ମନ୍ତ୍ରାଳୟର ବଡ ନିଷ୍ପତ୍ତି : ମହିଳାଙ୍କୁ ସେନାର ୧୦ଟି ବିଭାଗରେ ମିଳିବ ସ୍ଥାୟୀ ନିଯୁକ୍ତି 

source : India Today

ଏଣିକି ଭାରତୀୟ ସେନାରେ ମହିଳା ଅଧିକାରୀମାନେ ସ୍ଥାୟୀ ନିଯୁକ୍ତି ପାଇପାରିବେ ବୋଲି ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି। ପୂର୍ବରୁ ଭାରତୀୟ ସେନାର ଯେଉଁ ବିଭାଗରେ ମହିଳାମାନଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳୁଥିଲା ସେ ସ୍ଥାନରେ ଏଣିକି ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ଜାଣିବାକୁ ମିଳିଛି। ବାୟୁ ସୁରକ୍ଷା, ଇଞ୍ଜିନିୟରିଂ, ସିଗନାଲ୍, ସେନା ବିମାନ ଚଳାଚଳ, ଗୁଇନ୍ଦା ଆଦି ସେବାଗୁଡ଼ିକ ଲାଗି ସେନାର ଏସଏସସି ( ସର୍ଟ ସର୍ଭିସ କମିସନ) ଜରିଆରେ ଚାକିରି ପାଉଥିବା ମହିଳାମାନେ ଏହି ସୁବିଧାର ଲାଭ ଉଠାଇପାରିବେ। ସ୍ଥାୟୀ ନିଯୁକ୍ତି ଅଧିନରେ ସେମାନେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଚାକିରିରେ ରହିପାରିବେ ବୋଲି ଜାଣିବାକୁ ମିଳିଛି।

publive-image

ଏବେ ସୁଦ୍ଧା କେବଳ ଜଜ୍ ଆଡଭୋକେଟ୍ ଜେନେରାଲ୍(ଜେଏଜି) ଏବଂ ଶିକ୍ଷା କ୍ଷେତ୍ରରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବାର ନିୟମ ରହିଥିଲା। ମାତ୍ର ଏଣିକି ସେନାର ସମସ୍ତ ୧୦ଟି ବିଭାଗରେ ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe