କନକ ବ୍ୟୁରୋ: ଝାରସୁଗୁଡା କିର୍ମିରାବ୍ଲକ ଅନ୍ତର୍ଗତ ସୁଲେହି ଗ୍ରାମର ମହିଳାମାନେ ଆଧୁନିକ ପ୍ରଣାଳୀରେ ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ୨୦୧୩ ମସିହାରେ ୪୨ ଜଣ ମହିଳା ମିଶି ବହୁମୁଖି ଗାୟତ୍ରୀ ସଂଘ ଗଠନ କରିଥିଲେ । ପରେ ଓରମାସ ସାହାଯ୍ୟରେ ଛତୁଚାଷ କରିବା ପାଇଁ ତାଲିମ ନେଇଥିଲେ । ଛତୁଚାଷ କରି ସୁଫଳ ମିଳିବା ପରେ ଏହି ଚାଷକୁ ଆଗକୁ ବଢାଇବାକୁ ଉଦ୍ୟମ ବି କରୁଛନ୍ତି । ବର୍ତ୍ତର୍ମାନ ଗୋଟିଏ ଦିନରେ ୩୦ ରୁ ୪୦ କିଲୋ ଛତୁ ଉତ୍ପାଦନ କରୁଥିବାବେଳେ ପାଖାପାଖି ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ଓରମାସ ସାହାଯ୍ୟରେ ମହିଳାମାନେ ୨୦୧୪ ମସିହାରେ ଏକ ଲକ୍ଷ ଟଙ୍କା ଋଣ ଆଣି ଛତୁଚାଷ ଆରମ୍ଭ କରିଥିଲେ । ପ୍ରତିଦିନ ମହିଳାମାନେ ଘର କାମ ସାରି ୪ ରୁ ୫ ଘଣ୍ଟା ଏଠାରେ ପରିଶ୍ରମ କରିଥାନ୍ତି । ସକାଳୁ ଆସି ନଡାଗୁଡିକ କାଟିବା ସହ ସେଗୁଡିକୁ ବେଡରେ ବିଛାଇଥାନ୍ତି । ପରେ ସେହି ବେଡରେ ଛତୁମଞ୍ଜି ବିଛାଇ ତାକୁ ପଲିଥିନରେ ଘୋଡାଇଥାନ୍ତି । ପ୍ରତ୍ୟେକ ଦିନ ଛତୁ ତୋଳା ଯିବା ସହ ପାଖଆଖ ବଜାର ସମେତ ସୁନ୍ଦରଗଡ, ସମ୍ବଲପୁର ବଜାରକୁ ଛତୁ ପଠାଯାଇଥାଏ । ପରିବାରର ଆର୍ଥିକ ବୋଝ ଯେ କେବଳ ପୁରୁଷ ଉଠାଇବେ ତା ନୁହଁ ଏବଂ ମହିଳାମାନେ ଘରେ ଥାଇ କିଛି କରିପାରିବେ ନାହିଁ ଏହାକୁ ସମ୍ପୁର୍ଣ୍ଣ ରୁପେ ଭୁଲ ପ୍ରମାଣିତ କରିଛନ୍ତି ବ୍ରଜରାଜନଗରର ମହିଳାମାନେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/vlcsnap-2021-08-29-21h01m41s925.png)